(୦୨/୭) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବିରିପାଲି ଗ୍ରାମର ଗତ ରଥଯାତ୍ରାକୁ ନେଇ ଏକ ମାମଲା ରୁଜୁ ହୋଇଥିବା ସ୍ଥାନୀୟ ଏସ୍ପି ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟ ନିୟମକୁ ଖିଲାପ କରି ରଥଯାତ୍ରା ଦେଖୁ ଥିବାରୁ ୨୪ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି । ଜିଲ୍ଲାରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଓ ଆଗକୁ ଯେପରି କୌଣସି ନିୟମ ଭଙ୍ଗ ନ ହେବ ପୋଲିସ୍ ସେଥିପାଇଁ ସଜାଗ ରହିଛି ବୋଲି ଏସପି ସୂଚନା ଦେଇଛନ୍ତି ।
ରଥଯାତ୍ରା ଦେଖାକୁ ନେଇ ୨୪ ଜଣଙ୍କ ନାମରେ ଥାନାରେ ମାମଲା
