ପଦ୍ମଶ୍ରୀ ହଳଧର ନାଗଙ୍କ ନାମରେ ମାମଲା, ପ୍ରଧାନମନ୍ତ୍ରୀ ମୋଦି ନେବେ ଜାମିନରେ !

(୦୪/୭) ନିଜ ବିରୁଦ୍ଧରେ ଥାନାରେ ହୋଇଥିବା ମାମଲାର ପ୍ରତିକ୍ରିୟା ରଖିଛନ୍ତି ପଦ୍ମଶ୍ରୀ ହଳଧର ନାଗ । ସୋସିଆଲ ମିଡ଼ିଆରେ ଦେଇଥିବା ଏକ ଭିଡ଼ିଓରେ ସେ ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି । ଘେଁସ ଗ୍ରାମର ଆଇନଜୀବୀ କୁଞ୍ଜବିହାରୀ ସାହୁଙ୍କ ଝିଅ କିଛିଦିନ ତଳେ ଦିଲ୍ଲୀରୁ ଗାଁକୁ ଆସିଥିଲେ ।
କୋଭିଡ଼ ନିୟମ ଅନୁସାରେ ସ୍ଥାନୀୟ ସରପଞ୍ଚ କିମ୍ବା ବିଡ଼ିଓଙ୍କ ସହିତ ପରାମର୍ଶ କରି ସେ ନିୟମ ଅନୁସାରେ କ୍ୱାରେଣ୍ଟାଇନରେ ରହିବା କଥା । ମାତ୍ର ତାହା କରି ନଥିବାରୁ ଗାଁର ଲୋକଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ସରପଂଚଙ୍କ ନେତୃତ୍ୱରେ ତାଙ୍କ ଘରକୁ ଯାଇ ସେ ସଂପର୍କରେ ପଦ୍ମଶ୍ରୀ ହଳଧର ନାଗ ପରାମର୍ଶ ଦେଇଥିଲେ । ମାତ୍ର ସେ ଓଲଟି ମୋ ନାଁରେ ସୋହେଲା ଅଦାଲତରେ କେଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ତାଙ୍କର ନିର୍ଦ୍ଦେଶକୁ ଆମେ ପାଳନ କରିଛୁ । ଯଦି ସେମାନେ ଦେଶର ଆଇନକୁ ସମ୍ମାନ ଜଣାଇ ଆବଶ୍ୟକସ୍ଥଳେ ଲୋକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଲେ ତାଙ୍କ ନାମରେ କେଶ ହେଉଛି, ତେବେ ଏହି ପରାମର୍ଶ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ତାଙ୍କୁ ଜାମିନରେ ନେବେ ବୋଲି ସେ କହିଛନ୍ତି । ଦିଲ୍ଲୀରୁ ଫେରିଥିବା ଶ୍ରୀ ସାହୁଙ୍କ ଝିଅ ସୁପ୍ରିମ କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପଦ୍ମଶ୍ରୀ ହଳଧର ନାଗଙ୍କ ନାମରେ ମାମଲା, ପ୍ରଧାନମନ୍ତ୍ରୀ ମୋଦି ନେବେ ଜାମିନରେ !