ସିଏଏ ଖୁବ ଶୀଘ୍ର ଦେଶରେ ଲାଗୁ ହେବ ବୋଲି କହିଲେ ବିଜେପି ସଭାପତି ଜେ ପି ନଡ୍ଡା !


(୨୦/୧୦) ସିଏଏକୁ ନେଇ ଅନେକ ବାଦବିବାଦ ଲାଗି ରହିଥିବାବେଳେ ଦିଲ୍ଲୀର ସାହୀନବାଗ୍‌ରେ ଅନେକ ଦିନ ଧରି ମହିଳାମାନେ ଧାରଣାରେ ବସିଥିବାବେଳେ ସେମାନଙ୍କୁ କରୋନା ସଂକ୍ରମଣକୁ ନେଇ ଘୋଷଣା କରାଯାଇଥିବା ‘ଲକଡାଉନ୍‌’ ସମୟରେ ବଳ ପୂର୍ବକ ସେଠାରୁ ହଟାଇ ଦିଆ ଯାଇଥିଲା । ତେବେ ବିଜେପି ରାଷ୍ଟ୍ରୀୟ ସଭାପତି ସିଏଏକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ପଶ୍ଚିମବଙ୍ଗର ଏକ ସଭାରେ ଯୋଗ ଦେ ଇ ଶ୍ରୀ ନଡ୍ଡା କହିଛନ୍ତି ଯେ, ସିଏଏ ସମ୍ବନ୍ଧିତ ନିୟମକାନୁନ ପ୍ରସ୍ତୁତି ସରିଛି, ହେଲେ ମହାମାରୀ କରୋନା ପାଇଁ ତାହା ଲାଗୁ କରିବାରେ ବିଳମ୍ବ ହୋଇଛି । କିନ୍ତୁ ତାହା ଖୁବ ଶୀଘ୍ର ଦେଶରେ ଲାଗୁ କରାଯିବ । ରାଜ୍ୟର ମମତା ସରକାର ବିଭାଜନ ଓ ଶାସନଗାଦିର ରାଜନୀତି କରୁଛନ୍ତିି । ସିଏଏ ଦ୍ୱାରା ସମସ୍ତେ ନାଗରିକ ଅଧିକାର ପାଇବେ ବୋଲି ତାଙ୍କ ସରକାର ପ୍ରତିଶୃତିବଦ୍ଧ । ପଶ୍ଚିମବଙ୍ଗର ଦଳିତ, ଗୋର୍ଖା, ରାଜବଂଶୀ ଓ ଅନ୍ୟ ଜାତିର ଲୋକଙ୍କ ସଭାରେ ଯୋଗ ଦେଇ ଶ୍ରୀ ନଡ୍ଡା ଏହା କହିଛନ୍ତି । ଉତ୍ତର ପଶ୍ଚିମବଙ୍ଗରେ ବହୁ ସଂଖ୍ୟକ ଶରଣାର୍ଥୀ ପୂର୍ବ ପାକିସ୍ତାନରୁ ପଳାଇ ଆସି ରହୁଥିବା ଜଣାପଡ଼ିଛି । ଏହାକୁ ଭିତ୍ତି କରି ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ଏହି ଅଂଚଳରେ ଥିବା ଆଠୋଟି ଭିତରୁ ସାତ ଜଣ ସାଂସଦ ସେଠାରେ ବିଜୟ ଲାଭ କରିଥିଲେ ବୋଲି ‘ଦପ୍ରିଣ୍ଟ’ ପ୍ରକାଶ କରିଛି । ଆଗକୁ ପଶ୍ଚିମବଙ୍ଗରେ ନିର୍ବାଚନ ଆସୁ ଥିବାରୁ ସିଏଏକୁ ନେଇ ବିଜେପିକୁ ଭଲ ଫାଇଦା ମିଳିବ ବୋଲି ଦଳ ପକ୍ଷରୁ ରଣକୌଶଳ ପ୍ରସ୍ତୁତ କରାଯାଉଥିବା ଲୋକେ ଅନୁମାନ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସିଏଏ ଖୁବ ଶୀଘ୍ର ଦେଶରେ ଲାଗୁ ହେବ ବୋଲି କହିଲେ ବିଜେପି ସଭାପତି ଜେ ପି ନଡ୍ଡା !