ମେ ମାସ ଭିତରେ ଭାରତର ୬୪ ଲକ୍ଷ ଲୋକ କରୋନା ଭୂତାଣୁଦ୍ୱାରା ଆକ୍ରାନ୍ତ ହୋଇଥିଲେ : ଆଇସିଏମ୍‌ଆର୍‌


(୧୧/୯) ଇଣ୍ଡିଏନ୍ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ଏକ ସର୍ଭେ ଅନୁଯାୟୀ ଗତ ମେ ମାସ ଭିତରେ ଭାରତର ୬୪ ଲକ୍ଷ ଲୋକ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ମେଇ ୧୧ ରୁ ଜୁନ ୪ ତାରିଖ ଭିତରେ ଏହି ସର୍ଭେ କରା ଯାଇଥିବାବେଳେ ଏହାର ରିପୋର୍ଟ ଗତକାଲି ପ୍ରକାଶ ପାଇଛି । ସର୍ଭେ ଅନୁଯାୟୀ ଭାରତର ୧% ବୟସ୍କ ଲୋକ ମେ ମାସର ମଧ୍ୟବର୍ତ୍ତି ଆଡ଼କୁ ସଂକ୍ରମିତ ହୋଇସାରିଥିଲେ ବୋଲି ଏହି ରିପୋର୍ଟରେ କୁହାଯାଇଛି । ୨୧ ଟି ରାଜ୍ୟର ୭୦ ଟି ଜିଲ୍ଲାର ୭୦୦ ଟି ଗାଁକୁ ଏହି ସର୍ଭେରେ ନିଆଯାଇଥିଲା । ୩୦,୨୮୩ ଘରକୁ ବୁଲିବା ପରେ ୨୮,୦୦୦ ଲୋକ ଏହି ସର୍ଭେରେ ଅଂଶ ଗ୍ରହଣ କରିବାକୁ ରାଜି ହୋଇଥିଲେ ବୋଲି ଏଥିରେ କୁହାଯାଇଛି । ଏହି ୭୦ ଟି ଜିଲ୍ଲା ଭିତରୁ ୧୫ ଟି ଜିଲ୍ଲାରେ କୌଣସି ସଂକ୍ରମଣ ନ ଥିଲାବେଳେ ୨୨ ଟି ଜିଲ୍ଲାରେ କମ ସଂକ୍ରମଣ ଥିବା ଜଣାପଡ଼ିଥିଲା । ସେହିପରି ୧୬ ଟି ଜିଲ୍ଲାରେ ମଧ୍ୟମ ସଂଖ୍ୟାରେ ମାମଲା ଥିବାବେଳେ ୧୭ ଟି ଜିଲ୍ଲାରେ ସର୍ବାଧିକ ମାମଲା ଥିବା ଏହି ରିପୋର୍ଟରେ କୁହାଯାଇଛି । କରୋନା ଭୂତାଣୁ ପରୀକ୍ଷା କରାଯାଇଥିବା ୨୮,୦୦୦ ଲୋକଙ୍କ ଭିତରୁ ୨୫୬ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଥିବାବେଳେ ୬୯ ଜଣଙ୍କ ରିପୋର୍ଟ କିଛି ଜଣା ପଡ଼ି ନଥିଲା ବୋଲିଏହି ରିପୋର୍ଟରେ ପ୍ରକାଶ ପାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ମେ ମାସ ଭିତରେ ଭାରତର ୬୪ ଲକ୍ଷ ଲୋକ କରୋନା ଭୂତାଣୁଦ୍ୱାରା ଆକ୍ରାନ୍ତ ହୋଇଥିଲେ : ଆଇସିଏମ୍‌ଆର୍‌