(୧୨/୭) ଟିଏମସି ସେଣ୍ଟରରୁ ଜଣେ ବିଏସଏଫ ଯବାନ ଫେରାର । ନବରଙ୍ଗପୁର ସରକାରୀ ପଲିଟେନିକ କଲେଜ ଟିଏମସି ସେଣ୍ଟରରୁ ଜଣେ ବିଏସଏଫ ଯବାନ ଙ୍କ ଗତ ଜୁନ ୨୪ ତାରିଖରେ କରନା ପୋଜିଟିଭ ଚିହ୍ନଟ ହୋଇଥିଲେ। ପରେ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ। ଯବାନ ଜଣକ ସୁସ୍ଥ ହେବାରୁ ପୁଣି ତାଙ୍କୁ ୧୪ ଦିନ କ୍ବାରେନଟାଇନରେ ରହିବାକୁ କୁହାଯାଇଥିଲା।କିନ୍ତୁ କାହାରି କୁ କିଛି ନ କହି ଯବାନ ଜଣକ କ୍ବାରେନଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିଲେ।ଯବାନ ଜଣକୁ ଅନେକ ସ୍ଥାନରୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନ ମିଳିବାରୁ ବାଧ୍ୟ ହୋଇ ନବରଙ୍ଗପୁର ଥାନାରେ ଅଭିଯୋଗ ଦିଆଯାଇଥିଲା। ଯବାନ ଜଣକ ଆନ୍ଧ୍ରପ୍ରଦେଶ ର ଗୁଂଟୁର ଜିଲ୍ଲା କୁଚିପୁଡ଼ି ଗ୍ରାମର ବୋଲି ଜଣାପଡ଼ିଛି। ବର୍ତ୍ତମାନ ଫେରାର ଯବାନ କୁ ଆନ୍ଧ୍ରପ୍ରଦେଶର ନିଜ ଘରୁ ଠାବ କରାଯାଇଥିବା ନବରଙ୍ଗପୁର ପୋଲିସ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଜିଲ୍ଲାରେ ଜଣେ କରନା ଆକ୍ରାନ୍ତ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଯାଇଥିଲେ। (ରିପୋର୍ଟ : ବାବୁଲି ଗଣ୍ଡ,ନବରଙ୍ଗପୁର)
ଟିଏମସି ସେଣ୍ଟରରୁ ବିଏସଏଫ ଯବାନ ଫେରାର !
