ଆଜି ସକାଳେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ନିକଟରେ ଏକ ବାହାଲ ଉପରେ ନିର୍ମାଣାଧିନ ଥିବା ପୋଲଟି ଭାଙ୍ଗି ଯାଇଛି । ଘଟଣାଟି ପ୍ରାୟ ଆଜି ସକାଳ ୧୦ ଟା ସମୟରେ ଘଟିଥିବା ଲୋକେ କହୁଛନ୍ତି । ଘଟଣାରୁ ପ୍ରକାଶ ଯେ, ପାଟଣାଗଡ଼ରୁ ତମିଆ ଓ ଲୋଇସିଂହା ବ୍ଲକର ରେଙ୍ଗାଲି ପଂଚାୟତକୁ ଯୋଗାଯୋଗ ନିମନ୍ତେ ଏହି ବ୍ରିଜ ନିର୍ମାଣ କରା ଯାଉଥିଲା । ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ପୋଲ ତଳେ ୩ ଜଣ ଶ୍ରମିକ ଥିବା ଅନୁମାନ କରାଯାଉଛି । ଏହି ପୋଲ ପାଖରୁ ଶୁଖତେଲ ନଦୀ ପ୍ରାୟ ୧ କିଲୋମିଟର ହେବ । ଲକ୍ ଡାଉନ୍ ପାଇଁ କାମ ବନ୍ଦ ଥିବା ପରେ ସରକାରଙ୍କ ଅନୁମତିକ୍ରମେ କିଛି ଦିନ ହେଲା ଏଠି ପୁନର୍ବାର ନିର୍ମାଣ କାମ ଚାଲୁଥିଲା । କିନ୍ତୁ ଆଜି ହଠାତ ସକାଳେ ଏହି ପୋଲଟି ଭାଙ୍ଗିଯାଇଛି । ଏହି ପୋଲଟି ସମ୍ପୂର୍ଣ୍ଣ ହେଲେ ନିକଟସ୍ଥ ଗ୍ରାମ ତମିଆ, ମୁଦଲସର, ରେଙ୍ଗାଲି, ଭରତବାହାଲ ଓ ଚମ୍ପେଶ୍ୱରର ଲୋକ ଉପକୃତ ହୋଇଥାନ୍ତେ ।
ବଲାଙ୍ଗୀର ଜି୍ଲ୍ଲା ପାଟଣାଗଡ଼ ପାଖରେ ନିର୍ମାଣାଧିନ ଥିବା ତମିଆ ପୋଲ ଭାଙ୍ଗିଲା
