ବୋଲକରା (କବିତା)

ପିନାକୀ ମିଶ୍ର

ସଦସ୍ୟ-ଓଡ଼ିଶା ସାହିତ୍ୟ ଏକାଡେମୀ
ଚର୍ଚ୍ଚପାଖ, ଜେଲରୋଡ଼, କେନ୍ଦୁଝର-୧
ମୋ-୯୪୩୮୧୧୮୩୯୭

ତା’କୁ ଡରେଇବା ସହଜ,
ସଅଳେ ତା’ଠୁ
କାମ ଉଠେଇବା ବି ସହଜ ।
ହରଘଡ଼ି ତୁମ ଆଦେଶକୁ ଅପେକ୍ଷା ତା’ର,
ତୁମ ସୁଖ ସଉପାତି ଲାଗି
ସେ ବିଚରା ଖଣ୍ଡିଆ ଲୁହା,
ସବୁଥେଇଁ କି ସଜ ତିଆର,
ତୁମ ପାପ ପଙ୍କିଳ ପୋଖରୀଘାଟର
ସେ ଦଉଡ଼ିବନ୍ଧା ନାଆ ।
ବେଳେବେଳେ ସେ ଆଖି ମୁଦି ଦିଏ
ତୁମେ ଗାତକୁ ଖସିଲାବେଳେ,
ଜଡ଼ସଡ଼ କାଦୁଅରୁ ବି ଟେକିଆଣେ
ତୁମକୁ ନେଇ ଗଛମୂଳେ ଥାପେ,
ସକାଳେ ହୋସ୍ ଆସିଲେ-
ତୁମେ ପୁଣି ତାର ପ୍ରଭୁ,
କାଲି ସାରାରାତି ଯେ ଶୋଇନି
ତୁମକୁ ଜଗୁଜଗୁ ।
ବୋଲକରା ବେଳ ପାଏନି
ଭାରିଯାର ଶୁଖିଲା ମୁହଁ ବୁଝିବାକୁ,
କୁନିଝିଅର ଇପ୍‌ସିତ ଆଖିକୁ,
ପରିବାର ଚଲେଇବାକୁ ତ ବିକିଛି
ମାଲିକର କଳିକ ଆଗରେ ସେ କାଠ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବୋଲକରା (କବିତା)