(୧୬/୮) ଗତ ଜୁନ ମାସରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାର୍ଥ ମାମଲାର ପକ୍ଷ ରଖୁଥିôବା ପ୍ରଶାନ୍ତ ଭୂଷଣ କରିଥିବା ଟ୍ୱିଟକୁ ନେଇ ସୁପ୍ରିମକୋର୍ଟର ଏକ ବେଞ୍ଚ ତାଙ୍କୁ କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାକୁୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିରୋଧି ଦଳ ନେତା, ଓକିଲ, ମାନବାଧିକାର କର୍ମୀମାନେ କୋର୍ଟଙ୍କ ଏହି ନିଷ୍ପତ୍ତିର ଆଲୋଚନା କରିଛନ୍ତି । ଯେଉଁଦିନ କୋର୍ଟ ଏହି ନିଷ୍ପତ୍ତି ନେଲେ, ସେହିଦିନ ଅର୍ଥାତ ଗତ ୧୪ ତାରିଖ ଶୁକ୍ରବାର ଦିନକୁ ‘ଭାରତୀୟ ଗଣତନ୍ତ୍ର ନିମନ୍ତେ କଳାଦିବସ’ ବୋଲି ଆଖ୍ୟା ଦେଇଛନ୍ତି । ଅଘୋଷିତ ଜରୁରୀକାଳୀନ ପରସ୍ଥିତି ଓ ଅବସରପ୍ରାପ୍ତ ଚାରି ଜଣ ସୁପ୍ରିମକୋର୍ଟର ମୁଖ୍ୟ ବିଚାରିପତିଙ୍କ ଉପରେ ଶ୍ରୀ ଭୂଷଣ ଟ୍ୱିଟ କରିଥିଲେ । ଅନ୍ୟ ଏକ ଟ୍ୱିଟରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ବିଜେପିର ଜଣେ ନେତାଙ୍କ ୫୦ ଲକ୍ଷ ଟଙ୍କାର ଦାମୀ ବାଇକରେ ବିନା ହେଲମେଟରେ ବସିବା ସମ୍ବନ୍ଧରେ ସେ ଲେଖିଥିଲେ । କୌଣସି ବିଚାରପତିଙ୍କ କାର୍ଯ୍ୟଶୈଳୀକୁୁ ନେଇ ଆଲୋଚନା କରିବା ଯଦି ସାଧାରଣ ଲୋକଙ୍କ ପକ୍ଷେ ଅପରାଧ, ତେବେ ବିଚାରପତିଙ୍କ ବିରୋଧରେ କିଏ ଅଭିଯୋଗ ଆଣିବ ବୋଲି ମଧ୍ୟ କେତେକେ ପ୍ରଶ୍ନ କରିଛନ୍ତି । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ସୀତାରାମ ୟେ୍ଚୁରୀ କହିଛନ୍ତି ଯେ, ସୁପ୍ରିମକୋର୍ଟର କାର୍ଯ୍ୟଶୈଳୀକୁ ନେଇ ଆଲୋଚନା କରିବା ସାମ୍ବିଧାନିକ ଅଧିକାର । ସିଏଏ, ଧାରା ୩୭୦ ଓ ଅନେକ ଜରୁରୀ ମାମଲା ଗୁଡ଼ିକ ସୁପ୍ରିମକୋର୍ଟରେ ମାସ ମାସ ଧରି ପଡ଼ି ରହିଥିବାବେଳେ ପ୍ରଶାନ୍ତ ଭୂଷଣଙ୍କ ମାମଲାରେ କୋର୍ଟ ଏତେ ଶୀଘ୍ର କିପରି ନିଷ୍ପତ୍ତି ନେଲେ ବୋଲି ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୌତ୍ରା ପ୍ରଶ୍ନ କରିଛନ୍ତି । କୋର୍ଟର ଏହି ନିଷ୍ପତ୍ତି ଓକିଲମାନଙ୍କୁ ନିରାଶ କରିବ କିଛି ଖୋଲାଖୋଲି ପ୍ରକାଶ କରିବା ପାଇଁ ବୋଲି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ସଞ୍ଜୟ ହେଗ୍ଡ଼େ କହିଛନ୍ତି । ସୂଚନାଯୋଗ୍ୟ ଯେ, କୋର୍ଟ ଅବମାନନା ମାମଲାରେ ୬ ମାସଯାଏଁ ଜେଲଦଣ୍ଡ ବା ୨୦୦୦ ଟଙ୍କା ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦ ତାରିଖ ଦିନ ହେବ ବୋଲି ଜଣାପଡ଼ିଛି ।
‘ଭାରତୀୟ ଗଣତନ୍ତ୍ର ନିମନ୍ତେ କଳାଦିବସ’ ବୋଲି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବୁଦ୍ଧିଜୀବୀ ମହଲରେ ଆଲୋଚନା !
