ଏବେ ନିର୍ବାଚନ ହେଲେ ବିଜେପି ୨୦ ଟି ଏମ୍‌ପି ସିଟ ହରାଇଲେ ବି ସରକାର ଗଢ଼ି ପାରିବ !


(୦୯/୮) ‘ଇଣ୍ଟିଆ ଟୁଡେ’ ପକ୍ଷରୁ ‘ମୁଡ୍ ଅଫ୍ ଦି ନେସନ୍ ୨୦୨୦’ ବୋଲି କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଏବେ ଦେଶରେ ନିର୍ବାଚନ ହୁଏ, ତେବେ ବିଜେପି ଦଖଲରେ ୨୦ ଟି ଏମ୍‌ପି ସିଟ୍ ଚାଲିଯିବ । ରାଜନୀତି, ସୁଶାସନ, ବୈଦେଶୀକ ସମ୍ପର୍କ, ମନୋରଞ୍ଜନ ଓ କ୍ରୀଡ଼ା ଉପରେ କରାଯାଇଥିବା ଏହି ସର୍ବେକ୍ଷଣରେ ମୋଦି ସରକାରକୁ ୪୮% ଭଲ ବୋଲି କହିଥିବାବେଳେ ୩୦% ଲୋକ ଖୁବ ଭଲ ବୋଲି କହିଛନ୍ତ. ତେବେ ୧୭% ଲୋକ ବିଶେଷ ସନ୍ତୁଷ୍ଟ ନ ଥିବାବେଳେ ୫% ଲୋକ ଆଦୌ ସନ୍ତୋଷ ନଥିବା ଏହି ସର୍ଭେ ରିପୋର୍ଟରେ କୁହାଯାଇଛି । ତେବେ ମୋଦି ପୁନର୍ବାର ସରକାର ଗଢ଼ି ପାରିବେ ବୋଲି ଏଥିରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ସରକାରଙ୍କ ବିପକ୍ଷରେ ଜନମତ ଥିଲେ ବି ସରକାରଙ୍କ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଏପରି ଅନେକ ସଂସ୍ଥା ତରଫରୁ ଅତୀତରେ ସର୍ଭେ କରାଯାଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଏବେ ନିର୍ବାଚନ ହେଲେ ବିଜେପି ୨୦ ଟି ଏମ୍‌ପି ସିଟ ହରାଇଲେ ବି ସରକାର ଗଢ଼ି ପାରିବ !