ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପଦପଦବୀ ନିମନ୍ତେ ସଭାପତି ଜେ ପି ନଡ୍ଡାଙ୍କ ନାମ ଘୋଷଣା।


(୨୭/୯) ଗତକାଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପଦପଦବୀ ନିମନ୍ତେ ସଭାପତି ଜେ ପି ନଡ୍ଡା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିମାନଙ୍କ ନାମ ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ ଉପ-ସଭାପତି ଭାବେ ୧୨ ଜଣଙ୍କୁ ମନୋନୀତ କରାଯାଇଥିବାବେଳେ ଏଥର ମଧ୍ୟ ଓଡ଼ିଶାର ବୈଜୟନ୍ତ ପଣ୍ଟାଙ୍କ ନାମ ଏହି ତାଲିକାରେ ରହିଛି । ହେଲେ ରାଷ୍ଟ୍ରୀୟ ସାଧାରଣ ସଚିବ ପଦବୀରେ ୮ ଜଣଙ୍କ ନାମ ଘୋଷଣା କରାଯାଇଥିବାବେଳେ ଓଡ଼ିଶାର କାହାରି ନାମ ମଧ୍ୟ ଏଥିରେ ନାହିଁ । ହେଲେ ରାଷ୍ଟ୍ରୀୟ ସଂଗଠନ ସଚିବ ଭାବେ ଦିଲ୍ଲୀର ବି ଏଲ୍ ସନ୍ତୋଷଙ୍କ ନାମ ଥିବାବେଳେ ରାଷ୍ଟ୍ରୀୟ ଯୁଗ୍ମ-ସଚିବ ଭାବେ ୩ ଜଣକୁ ମନୋନୀତ କରାଯାଇଛି । ସେହିପରି ରାଷ୍ଟ୍ରୀୟ ସଚିବ ପଦବୀରେ ୧୩ ଜଣଙ୍କ ନାମ ଥିବାବେଳେ ଓଡ଼ିଶାରୁ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ରହିଛି । ଦଳର କୋଷାଧ୍ୟକ୍ଷ ପଦବୀରେ ଉତ୍ତରପ୍ରଦେଶର ରାଜେଶ ଅଗ୍ରୱାଲଙ୍କୁ ମନୋନୀତ କରାଯାଇଥିବାବେଳେ ଯୁଗ୍ମ-କୋଷାଧ୍ୟକ୍ଷ ଭାବରେ ମଧ୍ୟପ୍ରଦେଶର ସାଂସଦ ସୁଧିର ଗୁପ୍ତାଙ୍କୁ କେବଳ ମନୋନୀତ କରାଯାଇଛି । ସେହିପରି କେନ୍ଦ୍ରୀୟ ଅଫିସ୍ ସଚିବ ଭାବରେ ଉତ୍ତରାଖଣ୍ଡର ମହେଶ ପାଣ୍ଡେଙ୍କୁ ମନୋନୀତ କରାଯାଇଥିବାବେଳେ ରାଷ୍ଟ୍ରୀୟ ଆଇଟି ଓ ସୋସିଏଲ୍ ମିଡିଆର ଭାରପ୍ରାପ୍ତ ଅଧିକାରୀ ଭାବେ ଉତ୍ତରପ୍ରଦେଶର ଅମିତ ମାଲବିଆଙ୍କୁ ମନୋନୀତ କରାଯାଇଛି । ଯୁବାମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଭାବେ କର୍ଣ୍ଣାଟକର ତେଜସ୍ୱୀ ସୂର୍ଯ୍ୟଙ୍କୁ ମନୋନୀତ କରାଯାଇଥିବାବେଳେ ରାଷ୍ଟ୍ରୀୟ ଓବିସି ମୋର୍ଚ୍ଚାର ସଭାପତି ଭାବେ ଉତ୍ତରପ୍ରଦେଶର ସାଂସଦ ରାଜକୁମାର ଚହରଙ୍କୁ ମନୋନୀତ କରାଯାଇଛି । ସେହିପରି ଅନୁସୂଚିତ ଜାତିର ରାଷ୍ଟ୍ରୀୟ ସଭାପତି ଭାବେ ମଧ୍ୟପ୍ରଦେଶର ଲାଲସିଂ ଆର୍ଯ୍ୟ ଓ ଅନୁସୂଚିତ ଜନଜାତିର ରାଷ୍ଟ୍ରୀୟ ସଭାପତି ଭାବେ ଝାରଖଣ୍ଡର ସାଂସଦ ସମୀର ଓରାମ୍‌ଙ୍କୁ ମନୋନୀତ କରାଯାଥିବାବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ରାଷ୍ଟ୍ରୀୟ ସଭାପତି ଭାବେ ମହାରାଷ୍ଟ୍ରର ଜମାଲ୍ ସିଦ୍ଦିକୀଙ୍କୁ ମନୋନୀତ କରାଯାଇଛି । ତେବେ ରାଷ୍ଟ୍ରୀୟ ପ୍ରବକ୍ତା ଭାବରେ ୨୩ ଜଣଙ୍କୁ ମନୋନୀତ କରାଯାଇଥିବାବେଳେ ଓଡ଼ିଶାର ଡାକ୍ତର ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମନୋନୀତ କରାଯାଇଥିବା ଔପଚାରିକ ଭାବରେ ସୂଚନା ଦିଆଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପଦପଦବୀ ନିମନ୍ତେ ସଭାପତି ଜେ ପି ନଡ୍ଡାଙ୍କ ନାମ ଘୋଷଣା।