(୧୮/୮) ବିଜେପିର ମୋଦୀ-ଶାହ ଯୋଡ଼ିଙ୍କ ନଜର ଏବେ ଓଡ଼ିଶା, ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଉପରେ ରହିଛି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦେଇ ଦ୍ୱିତୀୟ ସ୍ଥାନକୁ ଉଠି ମୁଖ୍ୟ ବିରୋଧି ଦଳର ମାନ୍ୟତା ପାଇଛି । କେନ୍ଦ୍ରକୁ ସମର୍ଥନ କରିବା ଲାଗି ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଭରସା କଲା ଓ ଅନେକ ବିଷୟରେ ବିଜୁ ଜନତା ଦଳର ସମର୍ଥନ ବି ପାଇଲା । ଏବର୍ଷ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ ବର୍ଷର ହେବାକୁ ଯାଉଥିବାବେଳେ ସେ ଦ୍ୱିତୀୟ ଧାଡ଼ିର ନେତାକୁ ପ୍ରସ୍ତୁତ କରି ନାହିଁ । ଥରେ ସେ ଗାଦିରୁ ହଟିଗଲେ, ବିଜୁ ଜନତା ଦଳ ପକ୍ଷରେ ଥିବା ଜନସମର୍ଥନ ସମାପ୍ତ କରିବାକୁ ଓ ତା ଉପରେ କବ୍ଜା କରିବା ଆଉ ବିଶେଷ ଅସୁବିଧା ହେବ ନାହିଁ ବୋଲି ବିଜେପି ବିଚାର କରୁଥିବା କେତେକ ରାଜନୈତିକ ବିଶ୍ଲେଷକ ବିଚାର କରୁଛନ୍ତି । ରାଜ୍ୟରେ କଂଗ୍ରେସର ପ୍ରତି ବି ଆଉ ଲୋକଙ୍କ ସମର୍ଥନ ନାହିଁ, ତେଣୁ ବିଜେପି ରାଜ୍ୟର ବିଭିନ୍ନ ବିଷୟରେ ବିଜୁ ଜନତା ଦଳ ଉପରେ ପ୍ରଚଣ୍ଡ ଆକ୍ରମଣ କରିପାରେ ବୋଲି କହୁଛନ୍ତି । ମୋଦୀଙ୍କ ପ୍ରଥମ ପାଳିରେ ଆବଶ୍ୟକ ବହୁମତ ନଥିବାରୁ କ୍ଷେତ୍ରୀୟ ଦଳ ଉପରେ ସେତେବେଳେ ନିର୍ଭର କରୁଥିଲେ, କିନ୍ତୁ ଏବେ କେନ୍ଦ୍ରରେ ପୂର୍ଣ୍ଣ ବହୁମତ ଥିବାରୁ କ୍ଷେତ୍ରୀୟ ଦଳମାନଙ୍କୁ ତଳିତଳାନ୍ତ କରିବାକୁ ଚେଷ୍ଟା କରିବା କିଛି ବିଚିତ୍ର କଥା ନୁହେଁ ବୋଲି ବିଶେଷଜ୍ଞ ମହଲ ବିଚାର କରନ୍ତି ।
‘ବିଜୁ ଜନତା ଦଳ’ ଓ କ୍ଷେତ୍ରୀୟ ଦଳମାନଙ୍କର ମେରୁଦଣ୍ଡ ଭାଙ୍ଗିବାକୁୁ ଏବେ ବିଜେପିର ନଜର !
