ବିଜେପି ମହିଳା ମୋର୍ଚ୍ଚାର ସୋସିଏଲ୍ ମିଡିଆ ରାଷ୍ଟ୍ରୀୟ ମୁଖ୍ୟ ପ୍ରୀତି ଗାନ୍ଧୀ କହିଲେ, “ପ୍ରେସ୍‌ ସ୍ୱାଧିନତା ମରିଗଲା !”


(୧୮/୯) ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭି ଚ୍ୟାନେଲରେ ସୁଶାନ୍ତ ସିଂ ରାଜପୁତ ସମେତ ବଲିଓଡ୍‌ରେ ଡ୍ରଗ୍‌ସ କାରବାରକୁ ନେଇ ମହାରାଷ୍ଟ୍ର ସରକାରଙ୍କ ପ୍ରତି ଯେପରି ଆକ୍ଷେପମାନ କରାଗଲା, ଉକ୍ତ ଘଟଣାକୁ ବର୍ତ୍ତମାନ ଉଦ୍ଧବ ରାଓଙ୍କ ନେତୃତ୍ୱାଧିନ ମହାରାଷ୍ଟ୍ର ସରକାର ଗମ୍ଭୀର ଭାବେ ନେଇଛନ୍ତି । ‘ବିଶେଷ ଅଧିକାର’ କୁ କ୍ଷତି ପହଂଚାଉଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ପକ୍ଷରୁ ୬୦ ପୃଷ୍ଠାର ଏକ ନୋଟିସ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପଠା ଯାଇଛି । ଏହାକୁ ନେଇ ବିଜେପି ମହିଳା ମୋର୍ଚ୍ଚାର ସୋସିଏଲ୍ ମିଡିଆ ରାଷ୍ଟ୍ରୀୟ ମୁଖ୍ୟ ପ୍ରୀତି ଗାନ୍ଧୀ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସମର୍ଥନ ଜଣାଇଛନ୍ତି । ଏଥିପାଇଁ ଅର୍ଣ୍ଣବ ଗୋସ୍ୱାମୀ ମହାରାଷ୍ଟ୍ର ସରକାରଙ୍କୁ କ୍ଷମା ମାଗିବାକୁ ହେବ ନହେଲେ ତାଙ୍କୁ ଜେଲ ଯିବାକୁ ହେବ ବୋଲି ପ୍ରୀତି ଗାନ୍ଧୀ ଜାଣିଥିବା ଉଲ୍ଲେଖ କରିଛନ୍ତି । ଏହି ଘଟଣାରେ ପ୍ରୀତି ଗାନ୍ଧୀ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସମର୍ଥନ କରି ଲେଖିଛନ୍ତି ଯେ ଏହାଦ୍ୱାରା ପ୍ରେସ୍‌ର ସ୍ୱାଧିନତା ମରିଗଲା ବୋଲି ମହାରାଷ୍ଟ୍ର ସରକାରଙ୍କୁ ଆକ୍ଷେପ କରି ଟ୍ୱିଟ କରିଛନ୍ତି । ଏପରିକି ଏହି ଘଟଣା ପାଇଁ ବଲିଓଡ୍ ଅଭେନେତ୍ରୀ କଙ୍ଗନା ରଣାୱତ୍ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବିଜେପି ମହିଳା ମୋର୍ଚ୍ଚାର ସୋସିଏଲ୍ ମିଡିଆ ରାଷ୍ଟ୍ରୀୟ ମୁଖ୍ୟ ପ୍ରୀତି ଗାନ୍ଧୀ କହିଲେ, “ପ୍ରେସ୍‌ ସ୍ୱାଧିନତା ମରିଗଲା !”