କୋର୍ଟକୁ ବିଜେପି ନେତାମନ୍ତ୍ରୀଙ୍କ ଭାରୀ ଡର, ବିଚାରପତିଙ୍କ ରାୟ ପୂର୍ବରୁ ଆପଣାଛାଏଁ ଦୋଷୀ ସାବ୍ୟସ୍ତ !


(୦୮/୯) କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦ୍ୟୁରାପ୍ପା ସରକାର ଭାରତୀୟ ଜନତା ପାର୍ଟିର ନେତାଙ୍କ ନାମରେ ଥିବା ଅନ୍ତତଃପକ୍ଷେ ୬୨ ଟି ମାମଲାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ‘ଦ ୱେୟର୍‌’ ପ୍ରକାଶ କରିଛି । ଯେଉଁ ନେତାମାନଙ୍କ ନାମରେ ଏହି ମାମଲା ଗୁଡ଼ିକ ରହିଛି ସେମାନଙ୍କ ବିରୁଦ୍ଧରେ ଆଇନ ବିଭାଗ ବିଜ୍ଞାପନ ଦେଇଥିଲେ ବି ସେମାନେ କୋର୍ଟର ଶୁଣାଣିରୁ ଛାଡ଼ ପାଇବା ଆଶାରେ ଅଛନ୍ତି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ୟେଦ୍ୟୁରାପ୍ପାଙ୍କ ନାମରେ ଗୋକକର ଜିଲ୍ଲା ନ୍ୟାୟାଳୟରେ ନିର୍ବାଚନ ଆଚରଣ ବିଧି ଉଲଂଘନ ମାମଲା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ସୂଚନାନୁଯାୟୀ ରାଜ୍ୟ ଗୃହମନ୍ତ୍ରୀ ବସଭରାଜ ବୋମ୍ମାଲଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସବକମିଟିର ସୁପାରିଶ ଆଧାରରେ ବିଜେପିର ସ୍ଥାନୀୟ ବିଧାୟକ, ସାଂସଦ ଓ କେତେକ ବିଜେପି ନେତାଙ୍କ ନାମରେ ଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଛି । ହେଲେ ରାଜ୍ୟ ଆରକ୍ଷୀ ମହା ନିରୀକ୍ଷକ ଓ ଆଇନ ତଥା ସରକାରୀ ମାମଲା ପରିଚାଳନା ବିଭାଗର ନିର୍ଦ୍ଦେଶକ ଏହିସବୁ ମାମଲାକୁ ପ୍ରତ୍ୟାହାର କରିବା ବିରୁଦ୍ଧରେ ସୁପାରିଶ କରିଛନ୍ତି । ୟେଦ୍ୟୁରାପ୍ପା ସରକାର ଯେଉଁ ମାମଲାଗୁଡ଼ିକ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି, ସେ ଭିତରେ ଆଇନମନ୍ତ୍ରୀଙ୍କ ବିରୁଦ୍ଧରେ ୨୦୧୫ ମସିହାର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ବେଆଇନ ସମାବେଶ ସହ ଅସ୍ତ୍ରଶସ୍ତ୍ର ସହ ଦଙ୍ଗା କରିବା ସମ୍ବନ୍ଧୀୟ ଏକ ମାମଲା ରହିଛି । ଅନ୍ୟ ଗୋଟିଏ ମାମଲାରେ ବିଧାୟକ ଆନନ୍ଦ ସିଂଙ୍କ ସଂପୃକ୍ତି ରହିଛି, ଯେଉଁଥିରେ କି ଏକ ତହସିଲ କାର୍ଯ୍ୟାଳୟକୁ ୩୦୦ ଲୋକଙ୍କ ଉପସ୍ଥିତିରେ ସେ ବନ୍ଦ କରିବାକୁ ଉଦ୍ୟମ କରିବା ସହ ଉକ୍ତ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରି ୩ ଲକ୍ଷ ଟଙ୍କାର ସରକାରୀ ସମ୍ପତ୍ତିର କ୍ଷୟକ୍ଷତି କରିଥିବା ଅଭିଯୋଗ ରହିଛି । କେବଳ ୟେଦ୍ୟୁରାପ୍ପା ଯେ ନିଜ ନାମରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ତା ନୁହେଁ, ଉତ୍ତରପ୍ରଦେଶରେ ୨୦୧୬ ରେ ଆଦିତ୍ୟନାଥ ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ନାମରେ ଓ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଓ ଅନ୍ୟ କେତେକ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ନାମରେ ଥିବା ୨୦୦୦୦ ମାମଲା ରାଜ୍ୟନୈତିକ ଉଦ୍ଦେଶ୍ୟ ପ୍ରଣୋଦିନ ବୋଲି ପ୍ରତ୍ୟାହାର କରିବାକୁ ଆଦେଶ ଦେଇଥିବା କିଏ ବା ନ ଜାଣେ ! ତେବେ ଦେଶର ନାଗରିକ ଭାବରେ ବିଭିନ୍ନ ଅପରାଧ ମୂଳକ କାର୍ଯ୍ୟରେ ସଂଶ୍ଲିଷ୍ଟ ରହି ନିଜେ ମନ୍ତ୍ରୀ ପଦ ପାଇଲା ପରେ ନିଜ ବା ନିଜ ସମର୍ଥକଙ୍କ ନାମରେ ଥିବା ମାମଲାଗୁଡ଼ିକରେ ନିଜ ପକ୍ଷ ରଖିବା ପରିବର୍ତ୍ତେ ମାମଲାଗୁଡ଼ିକୁ ପ୍ରତ୍ୟାହାର କରିବାକୁ ଆଦେଶ ଦେବା କଣ କାପୁରୁଷ ଓ ଅପରାଧି ମୂଳକ ମନୋଭାବର ପରିଚୟ ନୁହେଁ କି ବୋଲି ସାଧାରଣରେ ପ୍ରଶ୍ନବାଚୀ ହୁଏ । ଯେଉଁ ନେତା ଓ ମନ୍ତ୍ରୀମାନେ ନିଜ ବିରୁଦ୍ଧରେ ଥିବା ମାମଲାର ପ୍ରତ୍ୟାହାର ସପକ୍ଷରେ ଅଛନ୍ତି, ସେମାନେ ବିଚାରପତିଙ୍କ ରାୟ ଆସିବା ପୂର୍ବରୁ ନିଜ ଦୋଷକୁ ପରୋକ୍ଷରେ ମାନି ଯାଇ ଦଣ୍ଡ ପାଇବା ଭୟରେ ସେହି ମାମଲାକୁ ପ୍ରତ୍ୟାହର କରୁଛନ୍ତିି ବୋଲି କେହି କଣ କହିବ ନାହିଁ ?

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କୋର୍ଟକୁ ବିଜେପି ନେତାମନ୍ତ୍ରୀଙ୍କ ଭାରୀ ଡର, ବିଚାରପତିଙ୍କ ରାୟ ପୂର୍ବରୁ ଆପଣାଛାଏଁ ଦୋଷୀ ସାବ୍ୟସ୍ତ !