(୨୫/୧୦) କରୋନା ଟୀକା ବାହାର କରିବାରେ ଏଯାଏଁ କେହି ବି ସଫଳ ହୋଇ ନଥିବାବେଳେ ରାଜ୍ୟ ସରକାର କିପରି କାହା ସହ ୫ କୋଟି ଟଙ୍କାର ଚୁକ୍ତି କରିଛନ୍ତି ତାହାକୁ ନେଇ ବିଜେପିର ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ସୂଚନ୍ଯୋଗ୍ୟ ଯେ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପାଇଁ ନିଜସ୍ୱ ପାଣ୍ଠିରୁ ଟୀକା ନିର୍ମାତାଙ୍କୁ ୫ କୋଟି ଟଙ୍କା ପ୍ରଦାନ କରି ଏକ ରାଜିନାମା କରିଥିବା ଓ ରାଜ୍ୟର ସମସ୍ତଙ୍କୁ ଟୀକାକରଣ କରିବା ପାଇଁ ପ୍ରତିଶୃତିବଦ୍ଧ ଥିବା ଟ୍ୱିଟ କରିଛନ୍ତି । ଏହାକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଲେଖିଛନ୍ତି ଯେ, ଏଯାଏଁ କରୋନା ଟୀକା ବାହାରି ନଥିବାବେଳେ କିପରି ରାଜ୍ୟ ସରକାର ୫ କୋଟି ଟଙ୍କା ଦେଇ ଚୁକ୍ତି କଲେ, ତାହା ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ ବୋଲି ସେ କଟାକ୍ଷ କରିଛନ୍ତି । ଏହା ସହ ସେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ସରକାର ଓଡ଼ିଶାକୁ ୨୨୦୦୦ କୋଟି ଟଙ୍କା ଓ ବାଲେଶ୍ୱରକୁ ୯୨୨ କୋଟି ଟଙ୍କା ଦେଇ ସାରିଲେଣି ।
ରାଜ୍ୟ ସରକାରଙ୍କ ୫ କୋଟି ଟଙ୍କାର କରୋନା ଟୀକା ରାଜିନାମାକୁ ନେଇ ପ୍ରଶ୍ନ କଲେ ବିଜେପି ନେତ୍ରୀ !
