ନିଜ ଫାନ୍ଦରେ ନିଜେ ଫସିଲା ବିଜେପି । ରାଜସ୍ଥାନରେ ଦଳ ଦୁଇଭାଗରେ ବିଭକ୍ତ !


(୧୦/୮) ଗତ ପ୍ରାୟ ଗୋଟିଏ ମାସ ହେବ ରାଜସ୍ଥାନର ରାଜନୀତି ଓ ସେଠିକାର ଅଶୋକ ଗେହେଲୋତ ସରକାର ଭାଙ୍ଗିବା ନେଇ ଖୁବ ଚର୍ଚ୍ଚା ହୋଇ ଆସିଛି । ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସନ୍ତୋଷ ନଥିବା ଦର୍ଶାଇ କଂଗ୍ରେସ ଛାଡ଼ିବେ ଓ ବିଜେପିରେ ଯୋଗ ଦେଇ କଂଗ୍ରେସ ସରକାରକୁ ଭାଙ୍ଗି ଦେବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା, ବର୍ତ୍ତମାନ ସେଥିର ବିପରୀତ ଘଟଣା ଦେଖିବାକୁ ମିଳିଲାଣି । ଅଗଷ୍ଟ ୧୪ ତାରିଖରୁ ରାଜ୍ୟ ବିଧାନସଭା ବସିବ ଓ ଗୃହରେ ଗେହେଲୋତ୍ ସରକାର ପ୍ରତି ସମର୍ଥନକୁୁ ସରକାରଙ୍କୁ ପ୍ରମାଣ କରିବାକୁ ହେବ ବୋଲି କୁହାଯାଉଥିଲେ ବି ଏବେ ବିଜେପିରେ ଦୁଇ ଗୋଷ୍ଠୀ ହୋଇ ଯାଇଥିବା ଏକ ପ୍ରକାର ନିଶ୍ଚିତ ହୋଇଗଲାଣି । କେନ୍ଦ୍ରର ନେତୃତ୍ୱରେ ଚାଲୁଥିବା ୨୦ ଜଣ ବିଜେପି ବିଧାୟକଙ୍କୁ ଦଳ ଗୁଜରାତକୁ ପଠାଇ ଦେଇଥିବାବେଳେ ବାକି ୫୦ ଜଣ ବିଜେପି ବିଧାୟକ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ସମର୍ଥନ କରି ରାଜସ୍ଥାନରେ ରହିଥିବା ସୂଚନା ମିଳିଛି । ଗୁଜରାତ ପଠାଇବା ବିଜେପି ବିଧାୟକମାନଙ୍କ ମଧ୍ୟରେ ଯାଲୋର, ସିରୋହୀ ଓ ଉଦୟପୁରର ୧୨ ରୁ ଅଧିକ ବିଧାୟକ ଥିବା ଜଣାପଡ଼ିଛି । ତେବେ ଏପରି ଲାଗି ରହିଲେ, ବିଜେପିର ସିନ୍ଧିଆ ଗୋଷ୍ଠୀ ଗେହେଲୋତ୍ ସରକାରଙ୍କୁୁ ନିସର୍ତ୍ତ ସମର୍ଥନ ଦେଇ ସରକାରଙ୍କୁ ବଂଚାଇବା କିଛି ବିଚିତ୍ର କ଼ଥା ନୁହେଁ ବୋଲି ତଥ୍ୟାଭିଜ୍ଞ ମହଲ ବିଚାର କଲେଣି । ଅବଶ୍ୟ ଗେହେଲୋତ ସରକାର ମଧ୍ୟ ଏବେ ଭାଙ୍ଗିବାର ଏତେ ସମ୍ଭାବନା ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ସମର୍ଥକ କହିଛନ୍ତି । କିନ୍ତୁ ଏହି ଘଟଣାରେ ଯଦି କାହାକୁ ଅଧିକ କ୍ଷତି ହେଲା, ସେ ହେଉଛନ୍ତି ସଚିନ୍ ପାଇଲଟ୍ । ସେ ଉପ-ମୁଖ୍ୟମନ୍ତ୍ରୀ ଥିଲେ ବି ମୁଖ୍ୟମନ୍ତ୍ରୀ ହେବାର ମୋହରେ ଦଳରେ ବିଭାଜନ କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ସମେତ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଅବ୍ୟାହତି ଦିଆଯାଇଥିଲା । ଅନ୍ୟପଟେ, ଏବେ ବିଜେପି ମଧ୍ୟ ତାଙ୍କୁ ଖୋଲାଖୋଲି ସମର୍ଥନ ଦେଉ ନ ଥିବାରୁ ସେ ଗୋଟିଏ ପ୍ରକାର ଏକ ଘରକିଆ ହୋଇ ଯାଇଥିବାର ଦେଖିବାକୁ ମିଳିଲାଣି । ତେବେ ୧୪ ତାରିଖ ଦିନ ଗୃହରେ ଶକ୍ତି ପରୀକ୍ଷା ପରେ କାହାର ସମର୍ଥନ କେତେ ତାହା ଜଣାପଡ଼ିବ । ଆଉ ଯଦି ବିଜେପି ତାର ସମସ୍ତ ବିଧାୟକଙ୍କୁ ଏକତ୍ର ରଖି ନପାରିଲା, ତେବେ ଏହି ଧାରାଟି ଅନ୍ୟ ରାଜ୍ୟକୁ ବ୍ୟାପିବାର କୌଣସି ବଡ଼ କଥା ନୁହେଁ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ନିଜ ଫାନ୍ଦରେ ନିଜେ ଫସିଲା ବିଜେପି । ରାଜସ୍ଥାନରେ ଦଳ ଦୁଇଭାଗରେ ବିଭକ୍ତ !