ବିହାର ନିର୍ବାଚନ ଫଳାଫଳ : ରବି ଶଙ୍କର ପ୍ରସାଦ ହୋଇ ପାରନ୍ତି ମୁଖ୍ୟମନ୍ତ୍ରୀ !


(୧୧/୧୧) ବିହାର ନିର୍ବାଚନକୁ ସମସ୍ତେ ଗୁରୁତର ଭାବେ ଦେଖୁଥିବାବେଳେ ତାର ଫଳାଫଳକୁ ନେଇ ରାଜ୍ୟର ଜନତା ଓ ଉଭୟ ଶାସକ ତଥା ବିରୋଧୀ ଦଳର ନେତାଙ୍କୁ ଅଡ଼ୁଆରେ ପକାଇଛି । ତେବେ ଏଥିରେ ସବୁଠୁ କାହାକୁ ଯଦି ଅଧିକ ଫାଇଦା ହୋଇଛି ତ ସେ ହେଲା ବିଜେପି । ଗତ ୨୦୧୫ ବିଧାନସଭା ନିର୍ବାଚନରେ ଦଳ ୫୩ ଆସନ ପାଇଥିବାବେଳେ ଏଥର ଦଳକୁ ୭୪ ଟି ଆସନ ମିଳିଛି । ତେବେ ଗତ ୨୦୧୫ ନିର୍ବାଚନରେ ମଧ୍ୟ ରାଷ୍ଟ୍ରୀୟ ଜନତା ଦଳ ୮୦ ଟି ଆସନରେ ଜିତି ଏକକ ସଂଖ୍ୟା ଗରିଷ୍ଠ ଦଳର ମାନ୍ୟତା ପାଇଥିବାବେଳେ ଏଥର ମଧ୍ୟ ୭୫ ଟି ଆସନରେ ବିଜୟ ଲାଭ କରି ନିଜର ପୂର୍ବ ସ୍ଥିତିକୁ ବଜାୟ ରଖିଛି । ତେବେ ଏଥର ମହାଗଠବନ୍ଧନକୁ ୧୧୦ ଟି ଆସନ ମିଳିଥିବାବେଳେ ଏନ୍‌ଡିଏକୁ ୧୨୫ ଟି ଆସନ ମିଳିଛି, କିନ୍ତୁ ଏନଡିଏରେ ଗତ ଥର ୭୧ ଟି ଆସନ ପାଇ ମୁଖ୍ୟମନ୍ତ୍ରୀ ପଦ ପାଇଥିବା ଜେଡିୟୁ ଏଥର ୪୩ ଟି ଆସନରେ ବିଜୟ ଲାଭ କରିଥିବାରୁ ନିତିଶ କୁମାର ଯେ ସେହି ପଦବୀରେ ପୁନର୍ବାର ରହିବେ, ଏହାକୁ ନେଇ ଆଶଙ୍କା ଦେଖା ଦେଇଛି । ତେବେ ବିଜେପି ପାର୍ଟି ମୁଖ୍ୟମନ୍ତ୍ରୀ ପଦ ନିଜ ହାତରେ ରଖିଲେ ବି ରାଜ୍ୟରେ ବର୍ତ୍ତମାନର ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସୁଶୀଳ ମୋଦୀ ଏହି ପଦ ସମ୍ଭାଳିବେ, ତାହା ମଧ୍ୟ ଆଶଙ୍କାରେ ରହିଛି । କାରଣ କେନ୍ଦ୍ରର ବିଜେପ ନେତୃତ୍ୱ ସୁଶୀଳ ମୋଦୀଙ୍କ ଉପରେ ଭରସା ରଖି ନଥିବାରୁ କୌଣସି ପୋଷ୍ଟରରେ ମଧ୍ୟ ଦଳ ତାଙ୍କ ଫଟୋ ନ ରଖି, ବରଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଠାରେ ଉପସ୍ଥାପନ କରାଯାଇଥିଲା । ତେଣୁ କେନ୍ଦ୍ରମନ୍ତ୍ରୀ ଭିତରୁ କେହି ଜଣେ ଏଠିକାର ମୁଖ୍ୟମନ୍ତ୍ରୀ ପଦ ଭାର ସମ୍ଭାଳି ପାରନ୍ତି ବୋଲି ଆଶା କରାଯାଉଛି ଓ ଏହା ହୁଏତ ରବି ଶଙ୍କର ପ୍ରସାଦଙ୍କ ପାଇଁ ହାତୀ ସୁନା କଳଶ ଢାଳିବା ସଦୃଶ ହୋଇପାରେ ବୋଲି ଅନେକେ ଆଶା କରୁଛନ୍ତି । ତେବେ ବିହାର ଏକ୍‌ଜିଟ୍ ପୋଲରେ ତେଜସ୍ୱୀ ଯାଦବଙ୍କ ମହାଗଠବନ୍ଧନ ଏକ ପାଖିଆ ଭାବେ ଜିତିବା ଅବଗଣନା କରାଯାଇଥିବାବେଳେ ଫଳାଫଳ ଏହାର ବିପରୀତ ହୋଇଥିବାରୁ ଲୋକେ ଓ ମହାଗଠବନ୍ଧନ ସମେତ ଅନେକ ଦଳର ନେତା ଇଭିଏମ୍‌କୁ ହ୍ୟାକ କରି ବିଜେପି ଏହି ନିର୍ବାଚନ ଜିତିଥିବା ଅଭିଯୋଗ କରିଛନ୍ତି । ଯଦି ଏଇଆ ସତ, ତେବେ ନିର୍ବାଚନରେ ଜିତିବାକୁ ହେଲେ ଭୋଟରଙ୍କୁ ନୁହେଁ ବରଂ ଇଭିଏମ୍‌ର ମନ ଜିଣିବାକୁ ହେବ ବୋଲି କେହି କେହି ବ୍ୟଙ୍ଗୋକ୍ତି କରିଥିବା ଦେଖିବାକୁ ମିଳିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବିହାର ନିର୍ବାଚନ ଫଳାଫଳ : ରବି ଶଙ୍କର ପ୍ରସାଦ ହୋଇ ପାରନ୍ତି ମୁଖ୍ୟମନ୍ତ୍ରୀ !