(୨୧/୮) ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟର ଦୁଇ ଜଣ କର୍ମଚାରୀଙ୍କୁ କରୋନା ପଜିଟିଭ୍ ବାହାରିବାରୁ କାର୍ଯ୍ୟାଳୟକୁ ବନ୍ଦ କରି ଦିଆଯାଇଛି । କାର୍ଯ୍ୟାଳୟର ଜଣେ ସବ-ଇନସ୍ପେକ୍ଟର ଓ ଜଣେ ମହିଳା କର୍ମଚାରୀଙ୍କ ସ୍ୱାବ ପରୀକ୍ଷାରୁ ସେମାନଙ୍କଠାରେ କରୋନା ଭୂତାଣୁ ଥିବା ଜଣାପଡ଼ିଥିଲା । ଭୁବନେଶ୍ୱର ଡିଭିଜନ୍ର ଦୁଇ ଜଣଙ୍କଠାରେ କରୋନା ଚିହ୍ନଟ ହେବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କର ସ୍ୱାବ ପରୀକ୍ଷା ପାଇଁ ନିଆଯାଇଥିବା ଜଣାପଡ଼ିଛି । କାର୍ଯ୍ୟାଳୟର ସାନିଟାଇଜେସନ୍ କରିବାକୁ ଆଗାମୀ ରବିବାର ଯାଏଁ ବନ୍ଦ ରହିବ ଓ ସୋମବାର ଦିନ ଖୋଲିବ ବୋଲି ଜଣାପଡ଼ିଛି ।
ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟ ବନ୍ଦ, ଦୁଇ କର୍ମଚାରୀ କରୋନା ପଜିଟିଭ୍।
