‘ରାଷ୍ଟ୍ରହିତ’ ପାଇଁ ଜୟ ଶାହ ଓ ଗାଙ୍ଗୁଲିଙ୍କୁ ବିସିସିଆଇରେ ଅଧିକ ଦିନ ରଖିବାକୁ କୋର୍ଟରେ ଆବେଦନ !


(୧୪/୮) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ ଅର୍ଥାତ ବିସିସିଆଇ ରାଷ୍ଟ୍ରୀୟ କ୍ରୀଡ଼ାର ଏକ ବିଶେଷ କମିଟି ଭାବରେ ମର୍ଯ୍ୟାଦା ରଖି ଆସିଛି । କିନ୍ତୁ ଏହାର ସଚିବ ଜୟ ଶାହ ଓ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଅଧିକ ଦିନ ରହିବା ଲାଗି ସୁୁଯୋଗ ଦେବା ପାଇଁ ବିସିସିଆଇ ସୁପ୍ରିମକୋର୍ଟର ଅନୁମତି ଲୋଡ଼ିଛି, ଯେଉଁଥିରେ କି ‘ଜନସାଧାରଣ ଓ ରାଷ୍ଟ୍ରର ହିତରେ’ ବୋଲି ଦର୍ଶା ଯାଇଛି । ଅନେକେ ଜାଣନ୍ତି ଯେ ସୌରଭ ଗାଙ୍ଗୁଲି ଜଣେ କ୍ରିକେଟ ଖେଳାଳୀ ଓ ଜୟ ଶାହ ଜଣେ ବ୍ୟବସାୟୀ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ବୋଲି । ବିସିସିଆଇର ନିୟମାନୁଯାୟୀ, “କୌଣସି ପଦାଧିକାରୀ ଯିଏ କି ରାଜ୍ୟର ଆସୋସିଏସନ୍ ବା ବିସିସିଆଇରେ ଲଗାତାର ଦୁଇ ଥର (ବା ଉଭୟଥିରେ ଏକା ସାଙ୍ଗରେ ରହିଥିବେ) ସେ ତିନି ବର୍ଷ ନ ହେବାଯାଏଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ ।” ସେହି କାରଣ ଯୋଗୁଁ ଗତ ମାସରେ ଉଭୟ ଶ୍ରୀ ଗାଙ୍ଗୁଲି ଓ ଶ୍ରୀ ଶାହଙ୍କ କାର୍ଯ୍ୟକାଳ ସରି ଯାଇଥିବାରୁ ନିଜ ନିଜ ପଦବୀରେ ପୁଣି ରହିବାକୁ ଅଯୋଗ୍ୟ ଅଟନ୍ତି ବୋଲି ଜଣାଯାଇଛି । ଯଦ୍ୟପି ସେମାନେ ଗତ ଅକ୍ଟୋବର ମାସରେ ବିସିସିଆଇର ପଦବୀ ନିମନ୍ତେ ନିର୍ବାଚିତ ହୋଇଥିଲେ, ତଥାପି ସେମାନେ ନିଜନିଜ ରାଜ୍ୟର କ୍ରିକେଟ ଆସୋସିଏସନ୍‌ର ପଦବୀରେ ଦୀର୍ଘଦିନରୁ ରହି ଆସି ଥିବାରୁ ସେଇଟା ଦୁହିଙ୍କ ପାଇଁ କାଳ ହୋଇଛି । ସୁପ୍ରିମକୋର୍ଟରେ ଏହି ବିଷୟରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୭ ତାରିଖକୁ ଧାର୍ଯ୍ୟ କରାଯାଇଥିବା ପ୍ରକାଶ । ତେବେ କେଉଁ ରାଷ୍ଟ୍ରହିତ କାର୍ଯ୍ୟ ପାଇଁ ପୂର୍ବରୁ ସମସ୍ତେ ମାନି ଆସିଥିବା ବିସିସିଆଇର ନିୟମକୁ ସଂଶୋଧନ କରି ଏ ଉଭୟଙ୍କୁ ପୁଣି ନିଜନିଜ ପଦବୀରେ ଥଇଥାନ କରିବାକୁ ଏହାର କୋଷାଧ୍ୟକ୍ଷ କୋର୍ଟକୁ ଆବେଦନ କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ‘ରାଷ୍ଟ୍ରହିତ’ ପାଇଁ ଜୟ ଶାହ ଓ ଗାଙ୍ଗୁଲିଙ୍କୁ ବିସିସିଆଇରେ ଅଧିକ ଦିନ ରଖିବାକୁ କୋର୍ଟରେ ଆବେଦନ !