ବରଗଡ଼ ହେଲା ପଶ୍ଚିମ ଓଡ଼ିଶାର କରୋନା ହଟସ୍ପଟ୍ ଜିଲ୍ଲା, ୧୨୫୨ ଜଣ ଏବେ ବି ପଜିଟିଭ୍ !


(୦୩/୯) ରାଜ୍ୟରେ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି, ସେଥିରେ ପଶ୍ଚିମ ଓଡ଼ିଶା ମଧ୍ୟ ବାଦ୍ ପଡ଼ି ନାହିଁ । ପଶ୍ଚିମ ଓଡ଼ିଶାର ୧୦ ଟି ଜିଲ୍ଲା ତୁଳନାରେ ବରଗଡ଼ରେ ସର୍ବାଧିକ ଆକ୍ରାନ୍ତ ଥିବାବେଳେ ପଜିଟିଭ୍ ସଂଖ୍ୟା ମଧ୍ୟ ଅଧିକ । ଏଠାରେ ଏଯାଏଁ ୨୩୯୫ ଜଣ ମୋଟ ଆକ୍ରାନ୍ତ ଥିବାବେଳେ ସେମାନଙ୍କ ଭିତରୁ ୧୨୫୨ ଜଣ ଏବେ ବି ପଜିଟିଭ୍ ଭାବେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଗତ ଗୋଟିଏ ସପ୍ତାହରେ ବରଗଡ଼ରେ ୯୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଯାଏଁ ଜିଲ୍ଲାରେ ୯ ଜଣ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୮,୧୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୯ ଜଣ ମୃତ୍ୟୁ ବରଣ କଲେଣି । ଜିଲ୍ଲାରେ ଅଧିକ କରୋନା ନମୁନା ପରୀକ୍ଷା ହେଉ ଥିବାରୁ ସେଠାରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଜିଲ୍ଲାପାଳ କହିଛନ୍ତି । କିନ୍ତୁ ତୁଳନାତ୍ମକ ଭାବରେ ଦେଖିଲେ, ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲା ତୁଳନାରେ ଏଠାରେ କମ୍ ନମୁନା ପରୀକ୍ଷା ହେଉଥିବା ଜଣାପଡ଼େ । ବରଗଡ଼ ସହର ଉପକଣ୍ଠ ଅଂଚଳମାନଙ୍କରୁ ୨୦୦ ରୁ ଅଧିକ ମାମଲା ଆସିଥିବାବେଳେ ଆଖପାଖର ବ୍ଲକମାନଙ୍କରୁ ୧୦୦ ରୁ ଅଧିକ ମାମଲା ଆସିଛି । ଗତକାଲି ଜିଲ୍ଲାରେ ୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଆହୁରି ୨୩୮ ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବରଗଡ଼ ହେଲା ପଶ୍ଚିମ ଓଡ଼ିଶାର କରୋନା ହଟସ୍ପଟ୍ ଜିଲ୍ଲା, ୧୨୫୨ ଜଣ ଏବେ ବି ପଜିଟିଭ୍ !