ଝାରଖଣ୍ଡ ରାଜ୍ୟର ସରକାର ୧୧ଟି ବ୍ରାଣ୍ଡର ପାନମସଲାରେ ମ୍ୟାଗ୍ନେସିୟମ କାର୍ବୋନେଟ ପାଇବା ଯୋଗୁଁ ସେସବୁ ବିକ୍ରି ଉପରେ କଟକଣା ଲଗାଇଛନ୍ତି । ବିକ୍ରି ଉପରେ କଟକଣା ଲାଗିଥିବା ପାନମସଲା ଗୁଡ଼ିକ ହେଲା:-ରଜନୀଗନ୍ଧା, ବିମଲ, ଶିଖର, ପାନ ପରାଗ, ଦିଲରୁବା,ରାନନିବାସ, ସୋହରତ, ମୁସାଫିର, ମଧୁ, ପାନ ବାହାର ଇତ୍ୟାଦି । ରାଜ୍ୟର ବିଭିନ୍ନ ଅଂଚଳରୁ ୪୧ ଟି ପାନ ମସଲାର ନମୁନା ସଂଗ୍ରହ କରି ପରୀକ୍ଷା କଲା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମ୍ୟାଗ୍ନେସିୟମ କାର୍ବୋନେଟରେ ହୃଦରୋଗ ସହ ଅନେକ ରୋଗ ହେବା ଆଶଙ୍କା ଥିବାରୁ ଗୋଟିଏ ବର୍ଷ ପାଇଁ ସରକାର ଏହି କଟକଣା ଜାରି କରିଛନ୍ତି ।
ପାନମସଲାରେ ମ୍ୟାଗ୍ନେସିୟମ କାର୍ବୋନେଟ ଯୋଗୁଁ ୧୧ଟି ବ୍ରାଣ୍ଡ ଉପରେ ଲାଗିଲା କଟକଣା
