(୦୩/୯) କନ୍ଧମାଳ ଜିଲ୍ଲାରେ କିଛି ଦିନ ହେଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଗଞ୍ଜେଇ ଧରପଗଡ଼ ଚାଲିଥିବାବେଳେ ବାଲିଗୁଡ଼ା ପୋଲିସ ୧୦୪.୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ଏସପି ସୂଚନା ଦେଇଛନ୍ତି । ସୂଚନାମତେ ଗଞ୍ଜେଇ ବୋଝେଇ ହୋଇ ଯାଉଥିବା ଅଟୋରିକ୍ସା ଓ ଅଭିଯୁକ୍ତମାନେ ବ୍ୟବହାର କରିଥିବା ମୋଟର ସାଇକେଲକୁ ମଧ୍ୟ ଜବତ କରାଯାଇଛି । ଏ ସମ୍ପର୍କରେ ବାଲିଗୁଡ଼ା ଥାନାରେ ୧୫୩/୨୦ ରେ ଏକ କେଶ ରୁଜୁ ହୋଇଥିବାବେଳେ ପୋଲିସ୍ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି ।
ବାଲିଗୁଡ଼ା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ସହ ଅଟୋରିକ୍ସା ଜବତ କଲା
