(୨୯/୭) ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ପତ୍ରସଂଖ୍ୟା ୨୨୮୨/୨୯.୭.୨୦୨୦ ଅନୁଯାୟୀ ଆଗାମୀ ଜୁଲାଇ ୩୧ ଶୁକ୍ରବାରଠାରୁ ଅଗଷ୍ଟ ୩ ତାରିଖ ଅର୍ଥାତ୍ ସୋମବାରଯାଏଁ ୪ ଦିନ ବ୍ୟାପୀ ସଟ୍ ଡାଉନ୍ ହେବ ବୋଲି ସୂଚନା ମିଳିଛି । ଜିଲ୍ଲାରେ କରୋନା ଭୂତାଣୁକୁ ପ୍ରତିହତ କରିବାକୁ ପ୍ରତିକାରମୂଳକ ଭାବେ ସଟ୍ ଡାଉନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଡାକୁଆ ଉଲ୍ଲେଖ କରିଛନ୍ତି । ଏହି ୪ ଦିନଯାଏଁ ଜିଲ୍ଲାରେ ଗାଡ଼ିମଟର ଗମନାଗମନ, ଦୋକାନବଜାର, ସରକାରୀ ବା ଘରୋଇ ପ୍ରତିଷ୍ଠାନ ଓ ଲୋକଙ୍କ ଗମନାଗମନ ଉପରେ କଟକଣା ଜାରି କରାଯାଇଛି । ଡାକ୍ତରଖାନା ବା କ୍ଲିନିକରେ କାର୍ଯ୍ୟ କରୁଥିବା ଲୋକେ, ଜରୁରୀକାଳୀନ ସେବାରେ ନିୟୋଜିତ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ଟେଲିଫୋନ ସେବା, ପେଟ୍ରୋଲ ପମ୍ପ, ଉଭୟ ଛାପା ଓ ଇଲେକ୍ଟ୍ରନିକ ଗଣମାଧ୍ୟମ, ଜଳ ଯୋଗାଣ ଓ ପରିମଳ, ବିଦ୍ୟୁତ ଯୋଗାଣ ଓ ମାଲବାହୀ ଗାଡ଼ିର ଗମନାଗମନ ଚାଲୁ ରହିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ଦେଖିବାକୁ ଗଲେ ଗତ ଦୁଇ ମାସ ହେବ ନିୟମିତ ଭାବେ ତ ଶନିବାର ଓ ରବିବାର ଦୁଇ ଦିନ ସାଧାରଣତଃ ଜିଲ୍ଲାରେ ସଟ୍ ଡାଉନ ହୋଇ ଆସୁଛି । ଏଥିରେ କେବଳ ଶୁକ୍ରବାର ଓ ସୋମବାର ଦୁଇ ଦିନକୁ ଯୋଡ଼ି ଦିଆଯାଇ ଥିବାରୁ ଏହା ୪ ଦିନ ସଟ୍ ଡାଉନ ହୋଇଛି ବୋଲି ଯେକେହି ବି କହିବ ।
ବଲାଙ୍ଗୀରରେ୍ ୪ ଦିନ ବ୍ୟାପୀ ସଟ ଡାଉନ୍ ଘୋଷଣା !
