(୦୪/୯) ବଲାଙ୍ଗୀରର ଉପ-ଜି୍ଲ୍ଲାପାଳ ସଞ୍ଜୟ ମିଶ୍ରଙ୍କ ସ୍ଥାନରେ ପୂର୍ବରୁ ଟିଟିଲାଗଡ଼ ଉପ-ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ତଥା ବର୍ତ୍ତମାନ ସାଧାରଣ ପ୍ରଶାସନ ଓ ସର୍ବସାଧାରଣ ଅଭିଯୋଗ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ସୁଧାକର ନାଏକ ଯୋଗ ଦେବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଉପ-ଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଯୌନ ନିର୍ଯ୍ୟାତନା ଦେଇଥିବା ବଲାଙ୍ଗୀର ଜିଲ୍ଲାପାଳଙ୍କଠାରେ ଅଭିଯୋଗ ହୋଇଥିଲା ।ଶ୍ରୀ ସୁଧାକର ନାଏକ ଜଣେ ବରିଷ୍ଠ ଓଏଏସ୍ ଅଥିକାରୀ ହୋଇଥିବାବେଳେ ସେ ଗଞ୍ଜାମର କରୋନା ପରିସ୍ଥିତି ପାଇଁ ଡେପୁଟେସନରେ ଥିବା ମଧ୍ୟ ଜଣାପଡ଼ିଛି । ଏହା ବ୍ୟତୀତ, ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ଶ୍ରୀ ପ୍ରମୋଦ କୁମାର ସାହୁଙ୍କୁ ମଧ୍ୟ ରାଜ୍ୟର ମୁଖ୍ୟ କାର୍ଯ୍ୟ ନିର୍ବାହୀଙ୍କ କାର୍ଯ୍ୟାଳୟକୁ ଅତିରିକ୍ତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଥିବା ଏଥିରେ ସୂଚନା ଦିଆଯାଇଛି ।
ଯୌନ ନିର୍ଯ୍ୟାତନା ଅଭିଯୋଗ ପରେ ବଲାଙ୍ଗୀର ଉପ-ଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ବଦଳି !
