(୨୮/୯) ବଲାଙ୍ଗୀର ଜିଲ୍ଲାରେ ମଧ୍ୟ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଜିଲ୍ଲାର ଅନେକ ଯୁବକ ଏଯାଏଁ କରୋନା ପ୍ରଭାବ ଯୋଗୁଁ ମୃତ୍ୟୁ ବରଣ କରିଥିବାବେଳେ ଜିଲ୍ଲାର ଜଣେ ବିଶିଷ୍ଟ ସଂଗଠକ ଜ୍ୟୋତିରଂଜନ ପାଣିଗ୍ରାହୀ ମଧ୍ୟ ସ୍ଥାନୀୟ କିମ୍ସ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ପରଲୋକ ହୋଇଥିବା ଖବର ପ୍ରଚାର ହେଉଛି । ଶ୍ରୀ ପାଣିଗ୍ରାହୀ ଜିଲ୍ଲାର ଜଣେ ସୁସଂଗଠକ ହୋଇଥିବାବେଳେ ଜିଲ୍ଲା ସ୍ତରୀୟ ଲୋକ ଉତ୍ସବ ହେଉ କି ଅନ୍ୟ କୌଣସି କାର୍ଯ୍ୟକ୍ରମ, ସବୁଥିରେ ସେ ସକ୍ରୀୟ ଭୂମିକା ଗ୍ରହଣ କରୁଥିଲେ । ସେ କେବଳ ସୁସଂଗଠକ ନ ଥିଲେ, ଜଣେ ମଂଚ କଳାକାର ଓ ଶିକ୍ଷା ସଂଗଠକ ଭାବରେ ମଧ୍ୟ ସେ ଜଣାଶୁଣା । କରୋନା ପାଇଁ ଲଢ଼େଇ କରୁଥିବା ଲୋକଙ୍କୁ କରୋନା ଯୋଦ୍ଧାର ଆଖ୍ୟା ଦେଇ ସେମାନଙ୍କୁ ସୋସିଏଲ ମିଡିଆରେ ଉତ୍ସାହିତ କରୁଥିବା ଶ୍ରୀ ପାଣିଗ୍ରାହୀ ଶେଷରେ ନିଜେ କରୋନାର ଶୀକାର ହୋଇଥିବାରୁ ତାଙ୍କ ସାଙ୍ଗସାଥିମାନଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି । ତେବେ ସେ ପୂର୍ବରୁ ଆଉ କି କି ରୋଗ ଯୋଗୁଁ ଚିକିତ୍ସିତ ହେଉଥିଲେ, ସେଥିର ସବିଶେଷ ତଥ୍ୟ ଏଯାଏଁ ହସ୍ତଗତ ହୋଇପାରି ନାହିଁ ।
ବଲାଙ୍ଗୀର ଜିଲ୍ଲାର ଜଣେ ବିଶିଷ୍ଟ ସଂଗଠକ ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ପରଲୋକ !
