(୧୩/୮)ଗତ ୩ ତାରିଖ ଦିନ ପୂର୍ବରୁ ଯେପରି ଲକଡାଉନ୍ ନଥିବା ଦିନରେ ଦୋକାନବଜାର କେବଳ ସନ୍ଧ୍ୟା ୫ ଟା ଯାଏଁ ଖୋଲିବ ବୋଲି ଜିଲ୍ଲାପାଳ ଆଦେଶ ଜାରି କରିଥିଲେ, ତାହାକୁ ଆଜି ସେ ପ୍ରତ୍ୟାହାର କରି ନେଇଛନ୍ତି । କିନ୍ତୁ ସରକାରଙ୍କ ମୁତାବକ ଜିଲ୍ଲାରେ କର୍ଫ୍ୟୁ ରାତି ୯ ଟାରୁ ସକାଳ ୫ ଟାଯାଏଁ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ଏକ ଆଦେଶ ଜାରି କରିଛନ୍ତି । ଆଜିର ଆଦେଶଟି ଜିଲ୍ଲାର ବ୍ୟବସାୟୀମାନଙ୍କ ମନରେ ନିହାତି କିଛିଟା ଆଶ୍ୱସ୍ତି ଆଣିବ ବୋଲି ଲୋକଙ୍କ ଆଶା ।
ବଲାଙ୍ଗୀରରେ ୫ଟା ଯାଏଁ ଦୋକାନବଜାର ଖୋଲିବା ନିୟମ ପ୍ରତ୍ୟାହାର କଲେ ଜିଲ୍ଲାପାଳ !
