ତୁଳସୀ, ଅଶ୍ୱଗନ୍ଧାକୁ କରୋନାର ଔଷଧ କହି ବାବା ଠକୁଥିବା ଅଭିଯୋଗ !


(୨୬/୬) ବାବା ରାମଦେବ ଲୋକଙ୍କୁ ଲଗାତାର ଠକୁଥିବା ଅଭିଯୋଗ ହେଲାଣି । ଉତ୍ତରାଖଣ୍ଡର ଆୟୁର୍ବେଦିକ ବିଭାଗର କହିବାନୁଯାୟୀ ପତଞ୍ଜଳିକୁ କେବଳ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ କିଛି ଔଷଧ ଜାତୀୟ ଦ୍ରବ୍ୟ ପ୍ରସ୍ତୁତ କରିବାକୁ ଲାଇସେନ୍ସ ଦିଆଯାଇଥିଲା, କିନ୍ତୁ କରୋନାର ଔଷଧ ପ୍ରସ୍ତୁତ କରିବାକୁୁ କୌଣସି ଲାଇସେନ୍ସ ଦିଆଯାଇ ନଥିଲା । ସେଥିପାଇଁ ଏହାର ତଦନ୍ତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସରକାରଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ଏପ୍ରିଲ ମାସରେ ଆୟୁଷ ମନ୍ତ୍ରାଳୟ ପ୍ରକାଶ କରିଥିଲା ଯେ କେହିହେଲେ କରୋନା ରୋଗର ଉପଚାର ନିମନ୍ତେ ଆୟୁର୍ବେଦିକ ଔଷଧ ତିଆରି କରିପାରିବେ ନାହିଁ । ହେଲେ ବାବା ରାମଦେବଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ, ବରଂ ତାଙ୍କ ବ୍ରାଣ୍ଡର ନିର୍ମିତ ଔଷଧକୁ ପ୍ରଚାର କରିବାକୁ ସୁଯୋଗ ଦେଇ ଦିଆଗଲା ଯଦ୍ୟପି ପରେ ଉକ୍ତ ବିଜ୍ଞାପନ ଉପରେ କଟକଣା ଲଗାଗଲା । ପତଞ୍ଜଳି ପକ୍ଷରୁ କରୋନିଲ ନାମରେ ଏକ ଔଷଧ ତିଆରି କରି ବିକ୍ରି କରିବାର ଗୋଟିଏ ସପ୍ତାହ ପୂର୍ବରୁ ଏହି ଔଷଧ ବଜାରରେ ବିକ୍ରି କରିବାକୁୁ ଯାଉଥିବା ସମ୍ପର୍କରେ ଘୋଷଣା କରାଯାଇଥିଲା । ଏହା ପରେ ମଧ୍ୟ ଆୟୁସ ମନ୍ତ୍ରାଳୟ କିଛି ଜାଣିପାରିଲାନି ଆଉ କୌଣସି ତଦନ୍ତ କରିବାକୁ ଆଗଭର ହେଲା ନାହିଁ ବରଂ ଜାଣିଜାଣି ମଧ୍ୟ ଚୁପ ହୋଇ ବସିଲା ବିଭାଗ । ଏହି ସମାନ ପରିସ୍ଥିତି ଉତ୍ତରାଖଣ୍ଡ ଆୟୁର୍ବେଦିକ ବିଭାଗର ବୋଲି କୁହାଯାଉଛି । ବାବା ରାମଦେବ ତୁଳସୀ, ଅଶ୍ୱଗନ୍ଧା ଇତ୍ୟାଦିର ମିଶ୍ରଣରେ କରୋନାର ଔଷଧ ତିଆରି କରିଥିବା ଦାବି କରୁଥିଲେ । ବାବାଜୀ ଏହାକୁ ୬୦୦ ଟଙ୍କାରେ ବିକ୍ରି କରିବାକୁ ଚାହୁଁଥିଲେ ଯାହାକି ସାଧାରଣରେ ଏହା କେବଳ ୫୦ ଟଙ୍କାରେ ମିଳିପାରିବ ବୋଲି ସୋସିଏଲ ମିଡିଆରେ ଘୁରି ବୁଲୁଛି । ଏହାକୁ ନେଇ ବିହାର ମୁଜାଫରପୁର କୋର୍ଟରେ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକ୍ରିଷ୍ଣାଙ୍କ ବିରୁଦ୍ଧରେ ଏକ ଅପରାଧିକ ମାମଲା ରୁଜୁ ହୋଇଥିବା ମଧ୍ୟ ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ତୁଳସୀ, ଅଶ୍ୱଗନ୍ଧାକୁ କରୋନାର ଔଷଧ କହି ବାବା ଠକୁଥିବା ଅଭିଯୋଗ !