ଅଷ୍ଟ୍ରେଲିଆ ଆରମ୍ଭ କରିବ କରୋନା ଟିକା ଉତ୍ପାଦନ, ଭାରତରେ ଫେବୃୟାରୀ ଆଡ଼କୁ ଟିକା ମିଳିପାରେ !


(୦୯/୧୧) କରୋନାର ଭୟାବହତାକୁ ଉପଲବ୍ଧି କରି ଅନେକ ଦେଶ ନିଜସ୍ୱ ଟିକା ଉତ୍ପାଦନ କରିବାକୁ ପରୀକ୍ଷା ନିରୀକ୍ଷା କରିଥିଲେ ବି ଏଯାଏଁ ଚୂଡ଼ାନ୍ତ ପର୍ଯ୍ୟାୟରେ କେହି ପହଂଚି ପାରି ନାହାନ୍ତି । କେବଳ ରୁଷ ଦେଶରେ ଏହି ଟିକା ପ୍ରସ୍ତୁତ ହୋଇଥିବାବେଳେ ତାହାକୁ ନେଇ ମଧ୍ୟ ଅନେକ ସନ୍ଦେହ ଉପୁଜିଥିଲା । ତେବେ ଇତିମଧ୍ୟରେ ଅଷ୍ଟ୍ରେଲିଆ ତାର ଦେଶୀୟ ପଦ୍ଧତିରେ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟର ସହାୟତାରେ କରୋନା ଟିକା ଉତ୍ପାଦନଆରମ୍ଭ କରିବ ବୋଲି ସୂଚନା ମିଳିଛି, ତାହା ପୁଣି ଏବେ ନୁହେଁ । ୨୦୨୧ ର ପ୍ରଥମ ଛଅ ମାସ ଭିତରେ ବୋଲି ଉତ୍ପାଦନକାରି କମ୍ପାନୀ ପ୍ରକାଶ କରିଛି । ତେବେ ଭାରତ ବାୟୋଟେକ୍ ଇଣ୍ଟରନେସନାଲ ଟିମିଟେଡ୍ କମ୍ପାନୀ ୨୦୨୧ ର ଆରମ୍ଭ ଆଡ଼କୁ ଟିକା ପ୍ରସ୍ତୁତ କରିବ ବୋଲି କମ୍ପାନୀ ପକ୍ଷରୁ ଆଶା କରାଯାଇଛି । ପୂର୍ବରୁ ଏହି ଟିକା ୨୦୨୧ ଜୁନଯାଏଁ ପ୍ରସ୍ତୁତ ହୋଇଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା । ତେବେ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ କମ୍ପାନୀ ଭାରତୀୟ ଭେଷଜ ଅନୁସନ୍ଧାନ ପରିଷଦର ସହଯୋଗରେ ଆଗାମୀ ଫେବୃୟାରୀ ମାସ ଭିତରେ ପ୍ରସ୍ତୁତ କରିପାରେ ବୋଲି ଜଣାପଡ଼ିଛି । କିନ୍ତୁ ବ୍ରିଟିଶର ବହୁ ରାଷ୍ଟ୍ରୀୟ କମ୍ପାନୀ ଜାନୁୟାରୀ ମାସ ଶେଷ ସୁଦ୍ଧା ନିୟୁତ ନିୟତ ପରିମାଣର ଟିକା ପ୍ରସ୍ତୁତ କରି ସାରା ପୃଥିବୀକୁ ଯୋଗାଇବ ବୋଲି କମ୍ପାନୀର ସିଇଓ ପାସ୍କାଲ ସୋରିଅଟ୍ କହିଛନ୍ତି । ତେବେ ହଙ୍ଗେରୀ ସରକାର ଡିସେମ୍ବର ମାସରେ ରୁଷ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ୍‌-ଭି ଟିକାକୁ ଅଳ୍ପ ପରିମାଣରେ ଆମଦାନୀ କରି ତାହାକୁ ପରୀକ୍ଷା ନିରୀକ୍ଷା କରିବା ପରେ ଲୋକଙ୍କୁ ଯୋଗାଇବ ବୋଲି ଜଣାପଡ଼ିଛି । ତେବେ ଇସ୍ରାୟେଲ ଦେଶରେ ମଧ୍ୟ ଏହାର ସଫଳ ପ୍ରୟୋଗ ପାଇଁ ପରୀକ୍ଷଣ ଚାଲିଥିବାବେଳେ ଚୀନର କେତେକ କମ୍ପାନୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ମାଗଣାରେ କରୋନା ଟିକା ଯୋଗାଇ ଦେବେ କହିଛନ୍ତି । ତେବେ ଭାରତରେ ‘ପତଞ୍ଜଳୀ’ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଟୀକା ବିବାଦୀୟ ହୋଇ ପଡ଼ିବାରୁ ତାହା ବନ୍ଦ ରଖା ଯାଇଥିବା ସମସ୍ତେ ଜାଣିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଅଷ୍ଟ୍ରେଲିଆ ଆରମ୍ଭ କରିବ କରୋନା ଟିକା ଉତ୍ପାଦନ, ଭାରତରେ ଫେବୃୟାରୀ ଆଡ଼କୁ ଟିକା ମିଳିପାରେ !