ମନ୍ଦିର ନିର୍ମାଣକୁ ନେଇ ଦଳିତ ବସ୍ତି ଉପରେ ସବର୍ଣ୍ଣ ଲୋକଙ୍କ ଆକ୍ରମଣ ଅଭିଯୋଗ, ମହିଳା ଗୁରୁତର !


(୨୦/୧୧) ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସିନ୍ଦୁରବାହାଲ ଗାଁରେ ରହୁଥିବା କେତେକ ଦଳିତ ପରିବାର ଉପରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପୋଲିସକୁ ଦିଆଯାଇଥିବା ଏତଲା ଅନୁସାରେ, ସେଠାରେ ଦୀର୍ଘ ସତୁରି ବର୍ଷରୁ ଅଧିକ ସମୟ ହେଲା କେତେକ ଦଳିତ ପରିବାର ଛପର ଘର କରି ବସବାସ କରି ଆସୁଥିଲେ । ତେବେ ଗତକାଲି କେତେକ ଲୋକ ଠେଙ୍ଗା ଓ ବିଭିନ୍ନ ମାରଣାସ୍ତ୍ର ଧରି ସେଠାକୁ ଆସି ସେମାନଙ୍କ ଘରଦ୍ୱାରକୁ ଭଙ୍ଗାରୁଜା କରିଥିଲେ । ଏହା ସହ ଝିଅଭଉଣୀମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ଅସଦାଚରଣ କରିବାକୁ ଅପଚେଷ୍ଟା କରି ହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ଦୃର୍ବୃତ୍ତମାନଙ୍କ ଆକ୍ରମଣରେ ସାଧୁ ବାଗଙ୍କ ପତ୍ନୀ ମୂଲା ବାଗ ଗୁରୁତର ଆହତ ହୋଇଥିବାବେଳେ ଗୋଟିଏ ଘର ଓ ଏଗାରଟି ପାଇଖାନା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣକାରୀମାନେ ଅନେକ ମାସ ହେଲା ସେମାନଙ୍କ ଉପରେ ଆକ୍ରମଣ କରାଯିବ ବୋଲି ଲଗାତାର ଧମକ ଦେଇ ଆସୁଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଏତଲାରେ ଉଲ୍ଲେଖ କରାଯାଇଥିବା ଅଭିଯୁକ୍ତମାନେ ହେଲେ କେ ରାମା ରାଓଙ୍କ ପୁଅ କେ ସୁପା ରାଓ, କେ ସୁବର୍ଣ୍ଣଙ୍କ ପୁଅ କେ ସୂର୍ଯ୍ୟ ନାରାୟଣ, ବିରଂଚି ଦାସଙ୍କ ପୁଅ ଯଦୁମଣି ଦାସ ଓ ମଧୁ ଦାସ, ଅଶ୍ୱିନୀ ମିଶ୍ର, ଅଚ୍ୟୁତ ମହାପାତ୍ର, ଜି ଶିବରାମ ଓ ଅନ୍ୟମାନେ । ସେହିପରି ଅଭିଯୋଗକାରୀମାନେ ହେଲେ ଗୌରୀ ହରିପାଲ, ଅଇମତୀ ଛତ୍ରିଆ, ଫୁଲ ହରିପାଲ, ହୀରା ନାଏକ, ସୁବାଶିନି କୁମ୍ଭାର, ପକତରେନ ନାଗ, ସାବିତ୍ରୀ ଭୁଏ, ଭୂମି ନାଗ, ମୂଲା ନାଗ, ସୁମନି ହରିପାଲ ଓ ରାଜେଶ ନାଏକ । ତେବେ ଦଳିତମାନେ ବସବାସ କରୁଥିବା ବସ୍ତିରୁ ସେମାନଙ୍କୁ ବଳ ପୂର୍ବକ ହଟାଇ ସେଠାରେ ଏକ ମନ୍ଦିର ନିର୍ମାଣ କରିବାକୁ ବିରୋଧ କରିବାରୁ ଏକ ଗୈରିକ ଦଳ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଦଳିତ ଲୋକଙ୍କ ଉପରେ ଦେଶରେ ଦିନକୁ ଦିନ ଯେପରି ଆକ୍ରମଣ ବୃ୍‌ଦ୍ଧି ପାଇବାରେ ଲାଗିଛି, ତାହା ଲୋକଙ୍କ ନିମନ୍ତେ ଏକ ବିଶେଷ ଚିନ୍ତାର ବିଷୟ ହୋଇଛି । ତେବେ ପୋଲିସ ଘଟଣାର ତଦନ୍ତ କରି ଦୋଷୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ପୀଡ଼ିତମାନଙ୍କୁ ସୁରକ୍ଷା ଦେବାକୁ ସାଧାରଣରେ ଦାବି ହୋଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ମନ୍ଦିର ନିର୍ମାଣକୁ ନେଇ ଦଳିତ ବସ୍ତି ଉପରେ ସବର୍ଣ୍ଣ ଲୋକଙ୍କ ଆକ୍ରମଣ ଅଭିଯୋଗ, ମହିଳା ଗୁରୁତର !