ଆସାମ୍ ପୋଲିସ୍‌ ସବ-ଇନସ୍ପେକ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ବିଜେପି ନେତା ଗିରଫ।


(୦୧/୧୦) ଆସାମ୍ ପୋଲିସ୍‌ର ୫୮୭ ସବ-ଇନସ୍ପେକ୍ଟର ପଦବୀ ପାଇଁ ସେପ୍ଟେମ୍ବର ୨୦ ତାରିଖ ଦିନ ହେବାକୁ ଥିବା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏହି ଘଟଣାରେ ବିଜେପି ନେତା ଦୀବାନ ଡେକା ଫେରାର୍ ଥିବାରୁ ତାଙ୍କୁଧରାଇ ଦେଲେ ୧ ଲକ୍ଷ ଟଙ୍କାର ପୁରସ୍କାର ଦେବାକୁ ସରକାର ଘୋଷଣା କରିଥିଲେ । ଏହି ମାମଲାରେ ପୂର୍ବ ଡିଆଇଜି ପି କେ ଦତ୍ତ ବି ଅଭିଯୁକ୍ତ ଅଛନ୍ତି । ଏହି ପରୀକ୍ଷା ଦେବାକୁ ୬୦ ହଜାରରୁ ଅଧିକ ପ୍ରାର୍ଥୀ ଥିବାବେଳେ ସେମାନଙ୍କ ପାଇଁ ୧୫୪ ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା । ହେଲେ ସୋସିଏଲ୍ ମିଡିଆରେ ପ୍ରଶ୍ନପତ୍ର ଲିକ୍ ହେବା ଖବର ପ୍ରଚାରର ହେବା ପରେ ଉକ୍ତ ପରୀକ୍ଷାକୁ ସ୍ଥଗିତ ରଖା ଯାଇଥିଲା । ଆସାମ ପୋଲିସ୍ ଅଭିଯୁକ୍ତ ଦୀବାନ ଡେକାକୁ ପ୍ରଶ୍ନପତ୍ର ଲିକ୍ ହେବାର ୧୦ ଦିନ ପରେ ବାଲାଜୀ ଜିଲ୍ଲାରୁ ଗିରଫ୍ କରିଛି । ୪୩ ବର୍ଷର ଦୀବାନ ଡେକା ନିଜକୁ ବିଜେପିର କାର୍ଯ୍ୟକର୍ତ୍ତା ବୋଲି କହୁଥିବାବେଳେ ସେ ନିଜକୁ ବିଜେପିର କିଶାନ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ ବୋଲି ଦାବୀ କରିଛି । ଏହି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦୀବାନ ଡେକାର ନାମ ଆସିବା ପରେ ଆସାମ ବିଜେପିର ପଦାଧିକାରୀ ତାକୁ ପାର୍ଟିରୁ ନିଲମ୍ବିତ କରି ଦେଇଥିବା ଜଣାପଡ଼ିଛି । ଆସାମ ପୋଲିସ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ତା ସହ ପଚରାଉଚରା ଜାରି ରଖିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆସାମ୍ ପୋଲିସ୍‌ ସବ-ଇନସ୍ପେକ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ବିଜେପି ନେତା ଗିରଫ।