ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୧୦ ଲକ୍ଷ ଟଙ୍କାର ବଣ୍ଡ୍ ଦେବାକୁ ନୋଟିସ୍ ଜାରି କଲା ମୁମ୍ବେ ପୋଲିସ !


(୧୪/୧୦) ପାଲଘରରେ ସାଧୁଙ୍କ ହତ୍ୟା ଓ ବାନ୍ଦ୍ରାର ଦାଦନଙ୍କ ମାମଲାକୁ ନେଇ ସାମ୍ପ୍ରଦାୟିକ ସଦଭାବନାକୁ ଆଘାତ ପହଂଚାଇବା ଭଳି ମନ୍ତବ୍ୟ ଦେଇଥିବାରୁ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବେ ପୋଲିସ୍ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ‘ଲାଇଭ୍ ଲ’ ରେ ପ୍ରକାଶ ପାଇଛି । ୱର୍ଲି ଡିଭିଜନର ସହକାରୀ ପୋଲିସ କମିସନର ସୁଧିର ଜମ୍ବେବଦେକାର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ କ୍ଷମତାର ପ୍ରୟୋଗ କରି କୋର୍ଡ଼ ଅଫ୍ କ୍ରିମିନାଲ ପ୍ରସିଜ୍ୟରର ଧାରା ୧୦୮ ବଳରେ ଏହି ନୋଟିସ୍ ଜାରି କରିଛନ୍ତି । ସାମ୍ପ୍ରଦାୟିକ ସଦଭାବନାକୁ ଆଘାତ ଦେବା ଭଳି ବିଷୟ ପ୍ରକାଶ କରୁଥିବା କାହାରି ଉପରେ ସନ୍ଦେହ ହେଲେ ଉତ୍ତମ ଚରିତ୍ର ପାଇଁ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ତାଙ୍କଠୁ ବଣ୍ଡ ମାଗି ପାରିବେ ବୋଲି ଏହି ଆଇନରେ ବ୍ୟବସ୍ଥା ରହିଛି । ଏହି ଶୁକ୍ରବାର ଦିନ ଅପରାହ୍ନ ୪ ଟାରେ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ତଥା ସହକାରୀ ପୋଲିସ କମିସନର୍‌ଙ୍କ ସମ୍ମୁଖରେ ହାଜର ହେବା ନିମନ୍ତେ ଆଦେଶ ଦିଆଯାଇଛି । କାହିଁକି ସେ ୧୦ ଲକ୍ଷ ଟଙ୍କାର ଏକ ବଣ୍ଡ ଗୋଟିଏ ବର୍ଷ ସମେତ ଏକ ଗ୍ୟାରେଣ୍ଟର ନ ଦେବେ ସେ ତାହାର ଜବାବ୍ ରଖିବେ । ‘ପୁଛତା ହୈ ଭାରତ୍‌’ ବୋଲି ରିପବ୍ଲିକ ଟିଭିରେ ସେ ପ୍ରସାରଣ କରୁଥିବା କାର୍ଯ୍ୟକମରେ ସେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ବୋଲି ଏହି ନୋଟିସ୍ ଜାରି କରାଯାଇଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୧୦ ଲକ୍ଷ ଟଙ୍କାର ବଣ୍ଡ୍ ଦେବାକୁ ନୋଟିସ୍ ଜାରି କଲା ମୁମ୍ବେ ପୋଲିସ !