ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲାକୁ କୋର୍ଟଙ୍କ ଶୁଣାଣି ପାଇଁ ସୋସିଏଲ ମିଡିଆରେ ଆଲୋଚନା


ରିପବ୍ଲିକ୍ ଟିଭି ର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାମରେ ଦେଶବ୍ୟାପୀ ହୋଇଥିବା ଏଫଆଇଆର ଯୋଗୁଁ ଗିରଫକୁ ଏଡ଼ାଇବା ଲାଗି ସେ ସୁପ୍ରିମକୋର୍ଟକୁ କରିଥିବା ଆବେଦନର ବିଚାର ସମ୍ପର୍କରେ ଲୋକେ ଆଲୋଚନା କରିଛନ୍ତି । ସୁପ୍ରିମକୋର୍ଟଙ୍କ ପାଇଁ ଦିଲ୍ଲୀ ଦଙ୍ଗା, କାଶ୍କୀରରେ ମାନବାଧିକାର ଉଲଙ୍ଘନ, ଦେଶଦ୍ରୋହ ଆଇନର ତୃଟିପୂର୍ଣ୍ଣ ପ୍ରୟୋଗ ତଥା ଛାତ୍ରଛାତ୍ରୀ ଓ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଭଳି ମାମଲାର ଶୁଣାଣି କରିବାକୁ ଚିନ୍ତା ନ କରି ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲାକୁ ସେ ତୁରନ୍ତ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଦେଲେ ବୋଲି ସୋସିଏଲ ମିଡିଆରେ ଆଲୋଚନା ଚାଲିଛି । ସୂଚନାଯୋଗ୍ୟ ଯେ ଅର୍ଣ୍ଣବ ଗୋସ୍ୱାମୀ ୨୩ ତାରିଖ ଦିନ ସୁପ୍ରିମକୋର୍ଟକୁ ଆବେଦନ କରିଥିଲେ ବି ଶୁକ୍ରବାର ୨୫ ତାରିଖ ଦିନ୧୦ ଟା ୩୦ ରେ ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଦେଲେ । ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ମଧ୍ୟ ତାଙ୍କ ଟ୍ୱିଟର ପେଜରେ ଏହି ବିଷୟକୁ ନେଇ ଆଲୋଚନା କରିଛନ୍ତି । ଇତିମଧ୍ୟରେ ତାଙ୍କୁ ତିନି ସପ୍ତାହଯାଏଁ ଗିରଫ କରାଯାଇ ପାରିବ ନାହିଁ ବୋଲି କୋର୍ଟ ଆଦେଶ ଦେଇଥିବା କେତେକ ଗଣମାଧ୍ୟମ ପ୍ରଚାର କଲେଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲାକୁ କୋର୍ଟଙ୍କ ଶୁଣାଣି ପାଇଁ ସୋସିଏଲ ମିଡିଆରେ ଆଲୋଚନା