(୧୫/୮) ସ୍ୱାଧିନତା ଦିବସ ଅବସରରେ ବଲିଉଡ୍ର ୍ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍ ରେହେମାନଙ୍କ ଏକତାର ବାର୍ତ୍ତା ବହନ କରୁଥିବା ବିଶେଷ ଗୀତ ‘ସମସ୍ତେ ଏକ’ ଶୀର୍ଷକ ଗୀତଟି ଆଜି ରିଲିଜ୍ ହୋଇଛି । କରୋନା ଭୂତାଣୁ ଯୋଗୁଁ ହୋଇଥିବା ଲକଡାଉନ୍ ଫଳରେ ସଂଘର୍ଷ କରୁଥିବା କଣ୍ଟଶିଳ୍ପୀ ଓ ସଙ୍ଗୀତକାରଙ୍କ ଉଦ୍ଦେଶ୍ୟରେ ଏହି ଗୀତଟି ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି । ଏହି ଗୀତଟି ତାମିଲ, ତେଲୁଗୁ, ମାଲାୟାଲମ, କନ୍ନଡ଼ ଓ ହିନ୍ଦୀ ଭାଷାରେ ରେକର୍ଡ଼ ହୋଇଛି । ଆଉ ଏହି ଗୀତରେ ଏସ୍ପି ବାଲସୁବ୍ରମନ୍ୟମ୍, ହରିହରନ୍, ଚିତ୍ରା, ଶଙ୍କର ମହାଦେବନ୍, ଶୈଲଜାଙ୍କ ଭଳି ସୁନାମଧନ୍ୟ ୬୫ ଜଣ ଗାୟକଗାୟିକା କଣ୍ଠଦାନ କରିଛନ୍ତି । ଗୀତଟି ଶ୍ରୀନିବାସ, ପି ଉନ୍ନିକ୍ରିଷ୍ଣନ୍, ସୁ୍ଜାଥା, ରାହୁଲ ନାମ୍ବିଆର୍, ଓ ରଞ୍ଜିଥ୍ ପ୍ରମୁଖ ଗାୟକଗାୟିକା ସଦ୍ୟ ଗଠନ କରିଥିବା ‘ଇଉନାଇଟେଡ୍ ସିଙ୍ଗରସ୍ ଚାରିଟେବଲ ଟ୍ରଷ୍ଟ’ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି ।
୬୫ ଜଣ କଣ୍ଠଶିଳ୍ପୀ ୫ଟି ଭାଷାରେ ଗାଇଥିବା ଏଆର୍ ରେହେମାନଙ୍କ ବିଶେଷ ଗୀତ ରିଲିଜ୍ ହେଲା !
