(୦୧/୯) ବେଆଇନ ଭାବେ ଜୀବଜନ୍ତୁ ଚାଲାଣ କାର୍ଯ୍ୟରେ ଲିପ୍ତ ଥିବା ଏକ ର୍ୟାକେଟକୁ କଳାହାଣ୍ଡି ପୋଲିସ୍ ଧରିଛି । ଏହି ର୍ୟାକେଟ୍ର ସଦସ୍ୟମାନେ ଗାଈ ଗୋରୁଗାଈଙ୍କ କଲ୍ୟାଣ ଲାଗି କାର୍ଯ୍ୟ କରୁଛନ୍ତି ବୋଲି ଲୋକଙ୍କୁ ଠକି ସେମାନଙ୍କ ଯତ୍ନ ନେବେ ବୋଲି ଲୋକଙ୍କୁ କହି ବୁଲନ୍ତା ଗୋରୁଗାଈଙ୍କୁ ନିଜ କବ୍ଜାକୁ ନେଇ ଯାଉଥିଲେ । ଏପରି ଭାବେ ସେମାନେ ବିଭିନ୍ନ ଅଂଚଳରୁ ଗୋରୁଗାଈ ଆଣି କିଛି ଦିନ ପରେ ସେମାନଙ୍କୁ ବିକ୍ରି କରି ଦେଉଥିବା କଳାହାଣ୍ଡି ଏସ୍ପି ସୂଚନା ଦେଇଛନ୍ତି । ଜିଲ୍ଲା ମୁଖ୍ୟାଳୟରେ ଥିବା ସଦର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।
ଜୀବଜନ୍ତୁଙ୍କ କଲ୍ୟାଣକାରୀ ବୋଲି ଗାଈଗୋରୁ ଚାଲାଣ କରୁୁଥିବା ଗୋଟିଏ ର୍ୟାକେଟକୁ ପୋଲିସ୍ ଧରିଲା !
