ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରରେ ପଢ଼ୁଥିବା ଚୀନ ଛାତ୍ରଙ୍କ ଭିସାକୁ ରଦ୍ଦ କରିବାକୁ ବିଚାର କରୁଥିବା ଜଣାପଡ଼ିଛି । ଏଥିରେ ପିପୁଲସ୍ ଲିବେରେସନ୍ ଆର୍ମି ଦ୍ୱାରା ମାନ୍ୟତା ପ୍ରାପ୍ତ କେତେକ ବିଶ୍ୱବିଦ୍ୟାଳୟର ଛାତ୍ର ଅଛନ୍ତି । ଗତ କିଛି ଦିନ ଧରି ଚୀନ ସହ ଚାଲିଥିବା ବ୍ୟବସାୟିକ ଲଢ଼େଇ ଓ ଚୀନ କରୋନା ଭୂତାଣୁ ସମ୍ପର୍କରେ ଅନେକ ତଥ୍ୟ ଲୁଚାଇଥିବା ଅଭିଯୋଗ କରି ଆମେରିକା ଏହିପରି ପଦକ୍ଷେପମାନ ନେଉଥିବା ଜଣାପଡ଼ିଛି । ମିଳିଥିବା ଖବର ମୁତାବକ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସ୍ନାତକ ଛାତ୍ରଛାତ୍ରୀଙ୍କୁ ଆମେରିକା ସରକାର ନିଷ୍କାସିତ କରିବାକୁ ଯାଉଥିବା ସୁଚନା ମିଳିଛି । ଗତ ଗୁରୁବାର ଦିନ ଆମେରିକାର ବୈଦେଶୀକ ମନ୍ତ୍ରୀ ମାଇକ୍ ପୋମ୍ପିଓ ହଂକଂକୁ ମିଳୁଥିବା ‘ୱାରଣ୍ଟ ସ୍ପେସାଲ୍ ଟ୍ରିଟମେଣ୍ଟ’ କୁ ହଟାଇବା ସମ୍ପର୍କରେ ମଧ୍ୟ କହିଛନ୍ତି ।
ଆମେରିକାରେ ପଢ଼ୁଥିବା ହଜାର ହଜାର ଚୀନ ଛାତ୍ରଙ୍କୁ ବାହାର କରିବାକୁ ପ୍ରସ୍ତୁତି ଆରମ୍ଭ
