(୧୦/୯) ରିପବ୍ଲିକ ଟିଭିରେ ଜମ୍ମୁ କଶ୍ମୀରର ବ୍ୟୁରୋ ଚିଫ ଥିବା ତେଜିନ୍ଦର ସିଂ ସୋଢୀ ନିଜ ପଦବୀରୁ ଇସ୍ତଫା ଦେଇ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ଇସ୍ତଫା ସମ୍ପର୍କରେ ସେ ଏଚ୍ଆର୍ ବିଭାଗ ମୁଖ୍ୟଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଏଚ୍ଆର୍ ବିଭାଗ ମୁଖ୍ୟ ପଦବୀରୁ ଅଧ୍ୟକ୍ଷ ପଦକୁ ପଦୋନ୍ନତି କୌଣସି କମ୍ପାନୀ ପାଇଁ ମହତ୍ତ୍ୱପୂର୍ଣ୍ଣ, କିନ୍ତୁ ତାହା ରିପବ୍ଲିକ ଟିଭି ହୋଇ ନଥିବା କଥା । ତାର କାରଣ ହେଉଛି ଯେ, ରିପବ୍ଲିକ ଟିଭିରେ ଜଣେ ମାତ୍ର ସର୍ବୋଚ୍ଚ ନେତା ଯିଏକି ସବୁ କାମ ଦେଖାରେଖା କରନ୍ତି, ବାକି ଯିଏ ଯେଉଁ ପଦବୀରେ ଥାଉନ୍ତୁ ନା କାହିଁକି, ସମସ୍ତଙ୍କୁ ଖାଲି ପଦବୀକୁ ପୂରଣ କରିବା ଅର୍ଥରେ କେବଳ ରଖା ଯାଇଛି ବୋଲି ତେଜିନ୍ଦର ସିଂ ଅଭିଯୋଗ କରିଛନ୍ତି । ସେ ଆହୁରି ଲେଖିଛନ୍ତି ଯେ, ମୁଁ ନିଜ ଅନୁଭବରୁ ଲେଖୁଛି ଯେ ସବୁକିଛି ଅର୍ଣ୍ଣବରୁ ଆରମ୍ଭ ହୋଇ ଗୋସ୍ୱାମୀରେ ଶେଷ ହୋଇଯାଏ । ଆପଣ କେବେ କୌଣସି ସମ୍ପୂର୍ଣ୍ଣ ଏଚ୍ଆର୍ ଟିମକୁ କେବଳ ତିନି ବର୍ଷରେ ବଦଳାଇ ଦିଆଯାଇଥିବା ଦେଖିଛନ୍ତି? କେତେକ ଷ୍ଟାଫ ସେମାନଙ୍କ ଦରମା ବଢ଼ାଇବାକୁ ଅନୁରୋଧ କରିଥିଲେ ବି ତାହା ନ କରି ବରଂ ସେମାନଙ୍କୁ ଅନ୍ୟ ପଦବୀଙ୍କୁ ପଦୋନ୍ନତି ଦେବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଅର୍ଣ୍ଣବଙ୍କ ପତ୍ନୀ ସବୁବେଳେ ଚାହୁଁଥିଲେ ଯେ ଅର୍ଣ୍ଣବ ଗୋସ୍ୱାମୀ କେତେ ଉଦାରାବାଦୀ ଯେ ନିଜ କର୍ମଚାରୀଙ୍କ ସେ ପଦୋନ୍ନତି କରୁଛନ୍ତି, ଏହା ଆମେ ପ୍ରଚାର କରୁ ବୋଲି ସେ ସର୍ବୋଚ୍ଚ ନେତା ଚାହୁଁଥିଲେ ବୋଲି ପରୋକ୍ଷରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଉଲ୍ଲେଖ କରିଥିବା ‘ମିଡିଆଭିଜିଲ’ ରେ ଏ ବିଷୟ ପ୍ରକାଶ ପାଇଛି ।
ନ୍ୟୁଜ ଚ୍ୟାନେଲ ଏଙ୍କର ଅର୍ଣ୍ଣବ ଗୋସ୍ୱାମୀଙ୍କ ପତ୍ନୀଙ୍କ ନାମରେ ପୂର୍ବ ବ୍ୟୁରୋ ଚିଫ ଆଣିଲେ ଅଭିଯୋଗ !
