(୩୦/୮) କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ । ସେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଝିଅ କରୁଥିବା ବ୍ୟକ୍ତିଗତ ଖର୍ଚ୍ଚ ପେଟ୍ରୋଲିଅମ କମ୍ପାନୀମାନଙ୍କୁ ପଇଠ କରିବାକୁ ପଡ଼ୁଛି । ମନ୍ତ୍ରୀ ପ୍ରଧାନ ନିଜ ଝିଅର ୧୦ ଦିନର ଇଣ୍ଟରନେସନାଲ କଲ୍ର ବିଲ ୬୮,୪୨୪ ଟଙ୍କା ଏକ ପେଟ୍ରୋଲ କମ୍ପାନୀ ଦ୍ୱାରା ପଇଠ କରାଇଛନ୍ତି । ଏହାକୁ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ ସିଂ ଅନୁମୋଦନ କରିଥିବା ସେ ଦର୍ଶାଇଛନ୍ତି । ଦିଲ୍ଲୀ ହାଇକୋର୍ଟ ଏହି ଘଟଣାର ତଦନ୍ତ କରିବାକୁ କେନ୍ଦ୍ର ଭିଜିଲାନ୍ସ କମିଶନକୁ ଆଦେଶ ଦେଇଥିଲେ ବି ତାହାର କିଛି ତଦନ୍ତ ହୋଇ ନଥିବା ସେ ଅଭିଯୋଗ କରିଛନ୍ତି । ସରକାରୀ ରାଜକୋଷରୁ ଏତେ ପରିମାଣର ଅର୍ଥ ବ୍ୟକ୍ତିଗତ ଖର୍ଚ୍ଚ ମନ୍ତ୍ରୀଙ୍କ ପରିବାରର ସଦସ୍ୟ କରିବା କଣ ଆଇନସଙ୍ଗତ? ନିଜକୁ ଦେଶର ସବୁଠାରୁ ସଚ୍ଚୋଟ ପ୍ରଧାନମନ୍ତ୍ରୀ ବୋଲାଉଥିବା ମୋଦୀ ଏହା ଜାଣିବା ପରେ ବି ତାଙ୍କ କାର୍ଯ୍ୟାଳୟ କାହିଁକି ଚୁପ ହୋଇ ବସିଛି? ଏହା କେବଳ ଏକ ଉଦାହରଣ ନୁହେଁ ତ? ଏହି ଘଟଣାର ତଦନ୍ତ ହେଲେ ସରକାରୀ ରାଜକୋଷର କୋଟି କୋଟି ଟଙ୍କା ଆତ୍ମସାତ ହେଉଥିବା ଜଣାପଡ଼ିଯିବ ବୋଲି ସରକାର ଡରି ଏହାର ତଦନ୍ତ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି ତ? ଏଥିରୁ ଜଣାପଡ଼ୁଛି ଯେ, ତାଙ୍କ ଦଳର ସମର୍ଥକ ପ୍ରଧାନମନ୍ତ୍ରୀ ମୋଦୀ ବା କେନ୍ଦ୍ର ସରକାର ସଚ୍ଚୋଟ୍ ବୋଲି ଯେତେ ଡିଣ୍ଡିମ୍ ପିଟୁଥିଲେ ବି ପ୍ରକୃତରେ ତାହା ସତ ନୁହେଁ ବୋଲି ଯେକେହି ବି କହିବ । ସୂଚନାଯୋଗ୍ୟ ଯେ, ‘ପେଟ୍ରୋନେଟ୍ ଏଲଏନ୍ଜି ଲିମିଟେଡ୍’ ନାମକ ଏକ ପେଟ୍ରୋଲିଅମ କମ୍ପାନୀକୁ ପେଟ୍ରୋଲିଅମ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ବିଲ ପଇଠ କରିବାକୁ ଅନୁରୋଧ କରାଯାଇଥିବା ଏଥିରେ ଉଲ୍ଲେଖ ରହିଛି ।
କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ନିଜ ଝିଅର ୬୮୦୦୦ ଟଙ୍କାର ମୋବାଇଲ ବିଲ ପେଟ୍ରୋଲ କମ୍ପାନୀଦ୍ୱାରା ପଇଠ କରିଥିବା ଅଭିଯୋଗ !
