କହ୍ନୈୟା କୁମାରଙ୍କ ନାଗରିକତା ଅଧିକାର ମାମଲାରେ ଆବେଦନକାରୀଙ୍କୁ ୨୫୦୦୦ ଟଙ୍କା ଜୋରିମାନା କଲେ ହାଇକୋର୍ଟ


(୦୮/୯) ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି କହ୍ନୈୟା କୁମାରଙ୍କ ନାଗରିକତା ଅଧିକାର ସମ୍ପର୍କୀତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆବେଦକଙ୍କୁ ୨୫୦୦୦ ଟଙ୍କା ଜୋରିମାନା କରିଥିବା ଜଣା ପଡ଼ିଛି । ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଥିଲେ ଯେ, କହ୍ନୈୟା କୁମାର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପରିସରରେ ୯ ଫେବୃୟାରୀ ୨୦୧୬ ରେ ଦେଶ-ବିରୋଧି ଶ୍ଲୋଗାନ୍ ଦେଇଥିଲେ । ନାଗେଶ୍ୱର ମିଶ୍ର ନାମକ ଜଣେ ବ୍ୟକ୍ତି ଏହି ଜନସ୍ୱାର୍ଥ ମାମଲା ଦାୟର କରିଥିବାବେଳେ ଜଷ୍ଟିସ ଶଶିକାନ୍ତ ଗୁପ୍ତା ଓ ଜଷ୍ଟିସ୍ ଶମିମ୍ ଅହମ୍ମଦଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବେଦନକାରୀ ଶସ୍ତା ଲୋକପ୍ରିୟତା ପାଇଁ ଏହି ମାମଲାକୁ ଜନସ୍ୱାର୍ଥ ମାମଲା ଭାବରେ କରିଥିବାରୁ ତାଙ୍କୁ ୨୫୦୦୦ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଯେହେତୁ ଦେଶ-ବିରୋଧି ଶ୍ଲୋଗାନ୍ ସମ୍ପର୍କୀତ ମାମଲାଟି ଦିଲ୍ଲୀ କୋର୍ଟରେ ଅଛି, ତେଣୁ ସେହି ମାମଲା ଉପରେ ଆମେ କିଛି ମନ୍ତବ୍ୟ ଦେଇ ପାରିବୁ ନାହିଁ କହିଥିଲେ । ଖଣ୍ଡପୀଠ ନିଜ ରାୟରେ ଆହୁରି କହିଛନ୍ତି ଯେ, ଜଣକୁ ନାଗରିକତାରୁ ବଞ୍ôଚତ କରିବା ଏକ ସାଂଘାତିକ ବିଷୟ ଯେହେତୁ ଏହାଦ୍ୱାରା ଜଣକୁ ଭାରତରେ ରହିବାରେ ବାଧାର କାରଣ ହେବ ଓ ଏପରିକି ସେହି ବ୍ୟକ୍ତିକୁ ବିନା ରାଷ୍ଟ୍ରରେ ରହିବାକୁ ପଡ଼ିବ ଖଣ୍ଡପୀଠ କହି ମାମଲାଟି ଖାରଜ କରି ଦେଇଥିଲେ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କହ୍ନୈୟା କୁମାରଙ୍କ ନାଗରିକତା ଅଧିକାର ମାମଲାରେ ଆବେଦନକାରୀଙ୍କୁ ୨୫୦୦୦ ଟଙ୍କା ଜୋରିମାନା କଲେ ହାଇକୋର୍ଟ