ରାଜ୍ୟର ପୂର୍ବର ସମସ୍ତ ରେକର୍ଡ଼ ଭାଙ୍ଗିଲା । ଆଜି ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।


ଆଜି ରାଜ୍ୟରେ ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ କୁ ବୃଦ୍ଧି ପାଇଛି । ଆଜି ଗଞ୍ଜାମ ଓ ଯାଜପୁରରେ ୧୦ ଜଣ ଲେଖାଏଁ, ବାଲେଶ୍ୱର-ସୁନ୍ଦରଗଡ-ବରଗଡ଼଼ ଓ ମୟୁରଭଞ୍ଜରେ ୬ ଜଣ ଲେଖାଏଁ, ଖୋର୍ଦ୍ଧାରେ ୭ ଜଣ, କଟକରେ ୫ ଜଣ, ପୁରୀ ଓ ଦେବଗଡ଼ରେ ୪ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରେ ୧୮ ଜଣ, ବଲାଙ୍ଗୀରରେ ୧୧ ଜଣ, ଜଗତସିଂହପୁରରେ ୨ ଜଣ, ଗଜପତିରେ ୧୬ ଜଣ, ନୂଆପଡ଼ା ୧୨ ଜଣ, କେନ୍ଦୁଝରରେ ୩ ଜଣ ଓ ମାଲକାନଗିରି-ଢେଙ୍କାନାଳ ଓ ସମ୍ବଲପୁରରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ତେବେ ଦେଶରେ ଏଯାଏଁ ୧ ଲକ୍ଷ ୮୨ ହଜାର ୫୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୧୮୬ ଜଣ ମୃତ୍ୟୁ ବରଣ କରିଥିବା ସରକାରୀ ଭାବେ ପ୍ରକାଶ କରାଯାଇଛି । ଚୀନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୬୩୪ ହୋଇଥିବାବେଳେ ଭାରତ ତାଠାରୁ ଆଗକୁ ଚାଲି ଗଲାଣି । ଏପରିକି ଚୀନରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩ ହଜାର ୧ ହୋଇଥିବାବେଳେ ଭାରତରେ ତାହା ଦୁଇ ଗୁଣରୁ ବି ଅଧିକ ହେଲାଣି । ତେବେ ସରକାର ଯଦି ଉପଯୁକ୍ତ ପଦକ୍ଷେପ ନ ନେବେ, ତେବେ ଦେଶରେ ଯେ ଆମେରିକା ପରି ପରିସ୍ଥିତି ସୃଷ୍ଟି ନ ହେବ, ତାହା ଅସ୍ୱୀକାର କରାଯାଇ ପାରେନା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟର ପୂର୍ବର ସମସ୍ତ ରେକର୍ଡ଼ ଭାଙ୍ଗିଲା । ଆଜି  ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।