(୧୩/୬) ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି । ସୂଚନାନୁଯାୟୀ ବର୍ତ୍ତମାନ ଦେଶରେ ୩ ଲକ୍ଷ ୯୭୦୮ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ସେ ଭିତରୁ ୧ ଲକ୍ଷ ୪୬ ହଜାର ୪୦୩ ଜଣ ଏବେ ବି ଚିକିତ୍ସାଧିନ ଅଛନ୍ତି ଓ ଏଯାଏଁ ୮୮୯୩ ଜଣ ଦେଶରେ ମୃତ୍ୟ ବରଣ କଲେଣି । ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ହେବା ପରେ ସେଠିକାର ରାଷ୍ଟ୍ରମୁଖ୍ୟ କାନ୍ଦି ପକାଇଥିବାବେଳେ ଏଠି ସରକାରୀ ଦଳ ୩ ଲକ୍ଷ ସଂକ୍ରମିତ ଚିହ୍ନଟ ହେବା ପରେ ଭୋଟ ପ୍ରଚାର କରିବାରେ ବ୍ୟସ୍ତ ବୋଲି ଲୋକେ କେନ୍ଦ୍ରରେ କ୍ଷମତାରେ ଥିବା ଦଳକୁ ସମାଲୋଚନା କରିଛନ୍ତି । ଯେଉଁ ଅମିତ ଶାହା ଏହି ଦୁଃସ୍ଥିତି ସମୟରେ କେବେ କାହାକୁ ପାଣି ବୋତଲଟିଏ ଦେବାର ନଜୀର ନଥିବାବେଳେ ୭୨ ହଜାର ଏଲଇଡି ସ୍କ୍ରିନ ଲଗାଇ ଭୋଟ ପାଇଁ ସେ ଭର୍ଚ୍ୟୂଏଲ ବାର୍ତ୍ତା ଦେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି । ମହା୍ରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୧୧୪୧ ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଠାରେ ୩୭୧୩ ଜଣ ମୃତ୍ୟୁ ବରଣ କଲେଣି । ସେହିପରି ଓଡ଼ିଶାରେ ଆଜି ରାଜ୍ୟର ପୂର୍ବ ସମସ୍ତ ରେକର୍ଡ଼ ଭାଙ୍ଗି ଗୋଟିଏ ଦିନରେ ୨୨୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି । କିନ୍ତୁୁ ସୁଖର କଥା ଯେ ସରକାରୀ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଏଯାଏଁ କରୋନା ଯୋଗୁଁ କେବଳ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଏଥିପାଇଁ ରାଜ୍ୟରେ ଉନ୍ନତ ପ୍ରକାର ଚିକିତ୍ସା ସୁବିଧା ପାଇଁ ମୃତ୍ୟୁ ସଂଖ୍ୟା କମ ଅଛି ବୋଲି ରାଜ୍ୟ ସରକାର ଶ୍ରେୟ ନେଉଥିବାବେଳେ କେତେକ ଏହାକୁ ନେଇ ପ୍ରଶ୍ନ କରିଛନ୍ତି । ଯଦି ପ୍ରକୃତରେ ଓଡ଼ିଶାରେ ଏତେ ଉନ୍ନତ ଶୈଳୀର ଚିକିତ୍ସ ପଦ୍ଧତି ରହିଛି, ତେବେ କେରଳ ଯେପରି ଆରବକୁ ଏକ ଡାକ୍ତରୀ ଦଳ ପଠାଇଲା, ସେହିପରିି ରାଜ୍ୟ ସରକାର ଏକ ଡାକ୍ତରୀ ଦଳକୁୁ ମହାରାଷ୍ଟ୍ର ପଠାଇ ସେଠିକାର କରୋନା ସ୍ଥିତି ସୁଧାରିବାରେ ମଧ୍ୟ କିଛି ସହଯୋଗ କରନ୍ତୁ ବୋଲି ଲୋକେ ଆହ୍ୱାନ ଦେଇଛନ୍ତି ।
ରାଜ୍ୟର ସମସ୍ତ ରେକର୍ଡ ଭାଙ୍ଗିଲା, ଗୋଟିଏ ଦିନରେ ୨୨୫ ଜଣ କରୋନା ରୋଗୀ ଚିହ୍ନଟ । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷକୁ ଟପିଲା ।
