ଖାକି ପୋଷାକରେ ପୁଣି ଲାଗିଲା ଦାଗ : ଲକ ଡାଉନ୍ ସମୟରେ ନାବାଳିକାକୁ ଗଣଦୁଷ୍କର୍ମ


(୦୫/୯) ରାଜ୍ୟ ରାଜଧାନୀରେ ଲକଡାଉନ ସମୟରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ମିଳିମିଶି ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଘଟଣାଟି ଦୁଇ ମାସ ତଳେ ଭୁବନେଶ୍ୱର ଇନଫୋସିଟି ଅଂଚଳର ଜଣେ ନାବାଳିକା ସହ ଘଟିଥିଲେ ବ ମହିଳା ଥାନାରେ ଏଫ୍‌ଆଇଆର୍ ହେବା ପରେ ଏହା ଲୋକଲୋଚନକୁ ଆସିଛି । ଅଭିଯୋଗରୁ ପ୍ରକାଶ ଯେ, ଇନଫୋସିଟି ଅଂଚଳର ଜଣେ ନାବାଳିକାକୁ ସେହିଠାରେ ଲକଡାଉନ ସମୟରେ କର୍ତ୍ତବ୍ୟରତ ଥିବା ଆଠ ଜଣ ପୋଲିସ କର୍ମଚାରୀ ଗଣଧର୍ଷଣ କରିଥିଲେ । ନାବାଳିକାକୁ ସେମାନେ ଏକାକୀ ପାଇ ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ସେମାନେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଘଟଣାଟି କାହା ଆଗରେ ୍‌ପ୍ରଘଟ କଲେ ସଂପୃକ୍ତ ନାବାଳିକାକୁ ମାରି ଦେବେ ବୋଲି ଧର୍ଷଣକାରୀମାନେ ଧମକ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି । ଘଟଣା ପରେ ନାବାଳିକା ଜଣକ ଭୟଭୀତ ହୋଇ କାହାକୁ କିଛି କହି ନଥିଲେ, ହେଲେ କିଛି ଦିନ ପୂର୍ବେ ସେ ଘରେ ତାହା ପ୍ରକାଶ କରିବାରୁ ତାହା ଏବେ ମହିଳା ଥାନାର ନଜରକୁ ଆସିଛି । ଏ ସମ୍ପର୍କରେ ମହିଳା ଥାନାରେ ପୋକ୍ସୋ ଆଇନରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଜଣାପଡ଼ିଛି । ପ୍ରାଥମିକ ତଦନ୍ତରୁ ପ୍ରକାଶ ଯେ, ଏହି ଦୁଷ୍କର୍ମ ଘଟଣାରେ କମିସନରେଟ୍ ପୋଲିସ ସଂପୃ୍‌କ୍ତ ନାହିଁ, ବାହାର ଜିଲ୍ଲାରୁ ଏହି ଅଂଚଳକୁ ଆସିଥିବା ପୋଲିସ କର୍ମଚାରୀ ଏହି ଘଟଣା ଭିଆଇଥିବା ଅନୁମାନ କରାଯାଉଛି । ଏହା ପୂର୍ବରୁ ମଧ୍ୟ ଜଣେ ମହିଳା ମାର୍ଚ୍ଚ-ଏପ୍ରିଲ ମାସ ଭିତରେ ଗଣଦୁଷ୍କର୍ମର ଶୀକାର ହୋଇଥିବା କିଛି ଦିନ ପୂର୍ବରୁ ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନଙ୍କୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯ୍‌ାଇ ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରୟାସ ଜାରି ରହିଥିବା ସୂଚନା ମିଳିଛି । ଏହି ଘଟଣାରେ ଦୁଇ ଜଣ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଓ ଦୁଇ ଜଣ ସୁରକ୍ଷା କର୍ମଚାରୀ ସଂପୃକ୍ତ ଥିବା ମହିଳା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି । ତେବେ ଏପରି ଆହୁରି ଅନେକ ଘଟଣା ଲକଡାଉନ୍ ସମୟରେ ଘଟିଥବ, କିନ୍ତୁ ଲୋକଲଜ୍ଜା ପାଇଁ ଏଯାଏଁ ଲୋକେ ପ୍ରକାଶ କରିପାରୁ ନାହାନ୍ତି ବୋଲି ଲୋକେ କହିବା ଆରମ୍ଭ କଲେଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଖାକି ପୋଷାକରେ ପୁଣି ଲାଗିଲା ଦାଗ : ଲକ ଡାଉନ୍ ସମୟରେ ନାବାଳିକାକୁ ଗଣଦୁଷ୍କର୍ମ