(୧୪/୬) ହିନ୍ଦୀ ସିନେମା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ପାଇ ରାଜ୍ୟ ପୋଲିସ ବିଭାଗର ଆଇଜି ଅମିତାଭ ଠାକୁର ଅଭିନେତା ସୁଶାନ୍ତ ସିଂଙ୍କ ସହ ନିଜ ବିବାହ ଉତ୍ସବର ଏକ ଫଟୋ ତାଙ୍କ ଟ୍ୱିଟରରେ ସେଆର୍ କରିଛନ୍ତି । ସେ ଲେଖିଛନ୍ତି ଯେ, କିଛି ଦିନ ପୂର୍ବରୁ ମୁଁ ତୁମ ସାଙ୍ଗେ କଥା ହେଇଥିଲି । ମୋ ବାହାରେ ତୁମେ ସବୁଠୁ ଅଧିକ ନାଚିଥିଲ । ତୁମେ କିପରି ଏଇଆ (ଆତ୍ମହତ୍ୟା) କରିପାରିଲ ବୋଲି ସେ ଅବଶୋଷ ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିନେତା ସୁଶାନ୍ତ ସିଂ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଜାଣିବାକୁୁ ମିଳିଥିଲା । କେଉଁ କାରଣ ଯୋଗୁଁ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ ତାହା ଏବେ ବି ଅସ୍ପଷ୍ଟ ରହିଛି । ପୋଲିସ ଏ ଘଟଣା ପଛର ରହସ୍ୟର ପରଦା ଉଠାଇବାକୁ ପ୍ରୟାସ ଜାରି ରଖିଛି ।
ରାଜ୍ୟ ପୋଲିସ ଆଇଜି ଅମିତାଭ ଠାକୁରଙ୍କ ବିବାହରେ ଅଭିନେତା ସୁଶାନ୍ତ ସିଂ ଖୁବ ନାଚିଥିଲେ!
