ତବଲିଗି ଜମାତର ବିଦେଶୀ ନାଗରୀକଙ୍କ ପ୍ରତି ସରକାରଙ୍କ କାର୍ଯ୍ୟାନୁଷ୍ଠାନ ବେଆଇନ୍‌, ଗଣମାଧ୍ୟମ କରିଥିଲା ଅପପ୍ରଚାର-ବମ୍ବେ ହାଇକୋଟ


(୨୪/୮) ତବଲିଗି ଜମାତ୍ ସହ ସଂପୃକ୍ତ ବିଦେଶୀ ନାଗରୀକ ନାମରେ କରାଯାଇଥିବା ଏଫ୍‌ଆଇଆରକୁ ରଦ୍ଦ କରି ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ସରକାର ତବଲିଗି ଜମାତ୍‌କୁ ବଳି ଦେବା ଛେଳି ପରି କରିଥିଲେ । ଏହା ସିଏଏ ବିରୋଧି ଆନ୍ଦୋଳନରେ ସାମିଲ ଥିବା ମୁସଲମାନମାନଙ୍କୁ ଡରାଇବା ପାଇଁ ମଧ୍ୟ ଉଦ୍ଦିଷ୍ଟ ଥିଲା ବୋଲି ହାଇକୋର୍ଟ କହିଛନ୍ତି । ଉଭୟ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମ ସେମାନଙ୍କ ବିରୁଦ୍ଧରେ ଏପରି ଅପପ୍ରଚାର କଲେ ସତେ ଯେମିତି ଭାରତରେ କରୋନା ଭୂତାଣୁ ବିସ୍ତାର କରାଇବାରେ ସେମାନଙ୍କର ଭୂମିକା ଥିଲା । କୋର୍ଟ ଆହୁରି କହିଛନ୍ତି ଯେ, ସେଠାକୁ ଆସିଥିବା ମୁସଲିମ ସମ୍ପ୍ରଦାୟର ଲୋକଙ୍କ ବିରୁଦ୍ଧରେ ଯେପରି ସରକାର ଯେପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ଅନ୍ୟ ଧର୍ମର ଲୋକଙ୍କ ପ୍ରତି ସେମିତି କିଛି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି । ଗତ ୨୧ ତାରିଖ ଦିନର ଏହି ମାମଲାର ଫଇସଲା କରି ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚର ଜଷ୍ଟିସ ଟି ବି ନଲାବଡ଼େ ଓ ଜଷ୍ଟିସ ଏମ୍ ଜି ସେଓଲକର ଉଭୟେ ୩୫ ଟି ଆବେଦନର ବିଚାର କରି ଏପରି ଟିପ୍ପଣୀ ଦେଇଛନ୍ତି ସେ ଭିତରେ ଅନେକ ବିଦେଶୀ ନାଗରୀକ ଅନ୍ତର୍ଭୁକ୍ତ ଅଛନ୍ତି । ତବଲିଗି ଜମାତ୍ କାର୍ଯ୍ୟକ୍ରମଟି ୫୦ ବର୍ଷ ହେଲା ଚାଲିଆସୁଛି ଓ କେନ୍ଦ୍ର ସରକାର ଭିସା ଦେବାବେଳେ ଭଲଭାବେ ଜାଣିଥିଲେ ଯେ ଏଠାକୁ ଆସୁଥିବା ବିଦେଶୀ ନାଗରୀକମାନେ ନିଜାମୁଦ୍ଦୀନର କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି । ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ତବଲିଗି ଜମାତ୍‌ର ଯେଉଁ ବିଦେଶୀ ନାଗରୀକଙ୍କ ପ୍ରତି ସରକାର କାର୍ଯ୍ୟାନୁଷ୍ଠାନ କରିଛନ୍ତି, ସରକାର ସେଥିପାଇଁ ଅନୁତାପ କରି ସେମାନଙ୍କ ପାଇଁ କ୍ଷତିପୂରଣର ବ୍ୟବସ୍ଥା କରନ୍ତୁ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ତବଲିଗି ଜମାତର ବିଦେଶୀ ନାଗରୀକଙ୍କ ପ୍ରତି ସରକାରଙ୍କ କାର୍ଯ୍ୟାନୁଷ୍ଠାନ ବେଆଇନ୍‌, ଗଣମାଧ୍ୟମ କରିଥିଲା ଅପପ୍ରଚାର-ବମ୍ବେ ହାଇକୋଟ