ହାଇକୋର୍ଟଙ୍କ ଅନୁସାରେ ଏ ବର୍ଷ ପୂଜା ନିମନ୍ତେ କେବଳ ୪ ଫୁଟରୁ ସାନ ମୂର୍ତ୍ତୀ଼ ତିଆରି ହେବ !


(୧୦/୯) ଆଉ କିଛି ଦିନ ଗଲା ପରେ ଦଶହରା ପର୍ବ ସହ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଅନୁଷ୍ଠିତ ହେବ । ତେବେ ଅନ୍ୟ ବର୍ଷ ମାନଙ୍କରେ ଯେମିତି ଲୋକେ ପୂଜାପାର୍ବଣ ସମୟରେ ଲୋକ ଗହଳି ହେଉଥିଲା, ଏ ବର୍ଷ କିନ୍ତୁ ତାହା ଆଉ ଦେଖିବାକୁ ମିଳିବ ନାହିଁ । ଏହି ପୂଜା ସମୟରେ କି କି ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ ସେ ସମ୍ପର୍କରେ ମାନ୍ୟବର ହାଇକୋର୍ଟ ଗତ ଅଗଷ୍ଟ ୩୧ ତାରିଖ ଦିନ ଏକ ନିର୍ଦ୍ଦେଶନାମାକୁ ସ୍ୱୀକୃତି ଦେଇଥିବା ସରକାର ସୂଚନା ଦେଇଛନ୍ତି । କୌଣସି ପୂଜା ମଣ୍ଡପ କରିବାକୁ ହେଲେ ଜିଲ୍ଲା ମାଜିଷ୍ଟ୍ରେଟ୍ ବା ତାଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ଅଧିକାରୀଙ୍କଠୁ ଅନୁମତି ନେବାକୁ ହେବ । ହେଲେ କଟକ ବା ଭୁବନେଶ୍ୱର ନିମନ୍ତେ ସେଠିକାର ପୋଲିସ କମିସନର ବା ତାଙ୍କ ଦ୍ୱାରା କ୍ଷମତା ପ୍ରାପ୍ତ ଅଧିକାରୀଙ୍କଠୁ ଅନୁମତି ନେବାକୁ ହେବ । ପୂଜା ମଣ୍ଡପକୁ କୌଣସି ସର୍ବସାଧାରଣ ଲୋକଙ୍କ ନିମନ୍ତେ ଉନ୍ମୁକ୍ତ ରଖାଯାଇ ପାରିବ ନାହିଁ । ମଣ୍ଡପର ତିନି ପଟରେ ଢାଙ୍କି ରଖିବାକୁ ହେବ ଓ ଚତୁର୍ଥ ପଟ ବି ଏମିତି ଭାବରେ ଢାଙ୍କି ରଖିବାକୁ ହେବ ଯେମିତି କୌଣସି ସାଧାରଣ ବ୍ୟକ୍ତି ସେ ଭିତରକୁ ଦର୍ଶନ କରିବାକୁ ଆସୁ ନଥିବେ । ମୂର୍ତ୍ତୀ ଗୁଡ଼ିକ ୪ ଫୁଟ ଭିତରେ ହେବ । କର୍ତ୍ତା, ପୂଜକ ଓ କାର୍ଯ୍ୟକର୍ତ୍ତାଙ୍କ ସମେତ ମଣ୍ଡପ ଭିତରେ ଏକାଥରକେ ୭ ରୁ ଅଧିକ ବ୍ୟକ୍ତି ଉପସ୍ଥିତ ରହିପାରିବେ ନାହିଁ । ପୂଜା ମଣ୍ଡପରେ ଥିବା ସମସ୍ତେ ସରକାର ଜାରି କରିଥିବା କରୋନା ନିର୍ଦ୍ଦେଶାବଳୀ ପାଳନ କରି ମୁହଁରେ ମାସ୍କ ଲଗାଇବା ସହ ଆବଶ୍ୟକୀୟ ଅନ୍ୟ ନିୟମ ସବୁ ପାଳନ କରିବେ । ଏପରିକି ଏଥର କୌଣସି ମେଢ଼ ଭସାଣି ଶୋଭାଯାତ୍ରା ମଧ୍ୟ ହୋଇ ପାରିବ ନାହିଁ, ତେଣୁ ଭସାଣି ପାଇଁ ସ୍ଥାନୀୟ ପ୍ରଶାସନ କୃତ୍ରିମ ପୋଖରୀର ବ୍ୟବସ୍ଥା କରିବେ । ସଙ୍ଗୀତ ବା କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏସବୁ ନିୟମର ଖିଲାପ କଲେ ଦୋଷୀ ବ୍ୟକ୍ତି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି । ଏହିସବୁ ନିୟମ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ଭିତରେ ହେଉଥିବା ସମସ୍ତ ପୂଜା ପାଇଁ ପ୍ରଯୁଜ୍ୟ ବୋଲି ସରକାର ଜଣାଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ହାଇକୋର୍ଟଙ୍କ ଅନୁସାରେ ଏ ବର୍ଷ ପୂଜା ନିମନ୍ତେ କେବଳ ୪ ଫୁଟରୁ ସାନ ମୂର୍ତ୍ତୀ଼ ତିଆରି ହେବ !