(୨୩/୮) ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୯୯୩ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୦ ଜଣ ମୃତ୍ୟୁ ବରଣ କରିଥିବା ଜଣାପାଡ଼ିଛି । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୫୩୦ ଓ ମୃତ୍ୟୁ ସଂଖ୍ୟା ୪୦୯ କୁ ବୃଦ୍ଧି ପାଇଛି । ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୯,୨୩୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୯୧୨ ଜଣ କରୋନା ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଥିବା ଜଣାପଡ଼ିଛି । ଏହା ସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୪୪,୯୪୧ ହୋଇଥିବାବେଳେ ସେମାନଙ୍କ ଭିତରୁ ୨୨,୮୦,୫୬୭ ଜଣ ଭଲ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ତେବେ ଦେଶରେ ବର୍ତ୍ତମାନ ୭,୦୭,୬୬୮ ଜଣ ଚିକିତ୍ସାଧୀନ ଥିବାବେଳେ ମୃତ୍ୟୁ ସଂଖ୍ୟା ୫୬, ୭୦୬ କୁ ବୃଦ୍ଧି ପାଇଛି । ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରେ ସର୍ବାଧିକ ଖୋର୍ଦ୍ଧାର ୬୦୬, ଗଞ୍ଜାମର ୨୭୧, କଟକର ୧୫୮, ନୟାଗଡ଼ର ୧୫୩, ରାୟଗଡ଼ାର ୧୩୭, ଯାଜପୁରର ୧୨୧, ବାଲେଶ୍ୱରର ୧୧୫, ମୟୁରଭଞ୍ଜର ୧୨୦, ସମ୍ବଲପୁରର ୧୦୪ ଜଣ ଥିବାବେଳେ ଅନୁଗୁଳର ୨୧, ବରଗଡ଼ର ୯୮, ଭଦ୍ରକର ୯୨, ବଲାଙ୍ଗୀରର ୬୨, ବୌଦ୍ଧ ଓ ଦେବଗଡ଼ର ୯ ଲେଖାଏଁ, ଢେଙ୍କାନାଳର ୬୦, ଗଜପତି, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ାର ୪୩ ଲେଖାଏଁ, ଜଗତସିଂହପୁରର ୪୬, କଳାହାଣ୍ଡିର ୩୬, କନ୍ଧମାଳର ୫୮, କେନ୍ଦୁଝରର ୬୩, କୋରାପୁଟର ୯୫, ମାଲକାନଗିରିର ୮୫, ନବରଙ୍ଗପୁରର ୬୮, ନୂଆପଡ଼ାର ୧୧, ସୋନପୁରର ୪୦ ଓ ସୁନ୍ଦରଗଡ଼ର ୭୦ ଜଣ ଚିହ୍ନଟ ହୋଇଛନ୍ତି ।
ଆଜି ରାଜ୍ୟରେ ପାଖାପାଖି ୩୦୦୦ କରୋନା ଆକ୍ରାନ୍ତ ଚିହ୍ନଟ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଲା !
