(୧୧/୧୦) ଭୁବନେଶ୍ୱର କମିଶନରେଟ୍୍ ପୋଲିସ ଅଧିନରେ ଥିବା ଏକ ଥାନାଧିକାରୀ ଜଣେ ୨୫ ବର୍ଷର ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଥାନାରେ ଥିବା ଇନସ୍ପେକ୍ଟରଙ୍କୁ ରାତାରାତି କମିଶନରେଟ୍ ମୁଖ୍ୟାଳୟକୁ ବଦଳି ହୋଇଥିବା ଜଣାପଡ଼ିଛି । ଅଭିଯୋଗ କରିବାର ଦୀର୍ଘ ୧୦ ଦିନ ହେଲେ ବି ପୋଲିସ୍ କୌଣସି ମାମଲା ରୁଜୁ କରି ନଥିବା ଅଭିଯୋଗ ହୋଇଛି । ତେବେ ଡେପୁଟି ପୋଲିସ୍ କମିଶନରଙ୍କ ହସ୍ତକ୍ଷେପ ପରେ ମାମଲା ରୁଜୁ ହୋଇଛି ଓ ଅତିରିକ୍ତ ଡିସିପି ର୍ୟାଙ୍କର ଜଣେ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି । ଭିଏସଏସ୍ ନଗରରେ ଭଡ଼ାରେ ରହୁଥିବା ଏହି ଯୁବତୀ ଜଣକ କିଛି ମାସ ତଳେ ଏକ ଠକେଇ ଘଟଣାର ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ ଓ ସେହି ସମୟରେ ଜନୈକ ଥାନାଧିକାରୀ ତାଙ୍କ ମୋବାଇଲ ନମ୍ବର ମାଗି ତାଙ୍କୁ ଅଶ୍ଳୀଳ ମେସେଜ୍ ପଠାଇବା ସହ ବାରମ୍ବାର ହଇରାଣ କରୁଥିଲେ । ତଦନ୍ତ ବିଷୟରେ ଆଲୋଚନା କରିବାକୁ ତାଙ୍କୁ ଥାନାକୁ ଡାକି ଘଣ୍ଟାଘଣ୍ଟା ତାଙ୍କ ସହ କଥା ହେଉଥିଲେ ଓ ଯୌନ ନିର୍ଯ୍ୟାତନା ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଯୁବତୀଙ୍କୁ କେତେକ ପୋଲିସ୍୍ କର୍ମଚାରୀ ଏବେ ମଧ୍ୟ ଧମକଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।
ଯୁବତୀଙ୍କୁ ଥାନାଧିକାରୀଙ୍କ ଦ୍ୱାରା ଥାନାରେ ଯୌନ ନିର୍ଯ୍ୟାତନା, ଥାନାଧିକାରୀଙ୍କ ନାମରେ ମାମଲା ରୁଜୁ !
