(୧୫/୬) ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଲିସ ଦିଲ୍ଲୀ ଦଙ୍ଗା ନିମନ୍ତେ ବିଭିନ୍ନ ଗୋଷ୍ଠୀ ପକ୍ଷରୁ କପିଲ ମିଶ୍ରଙ୍କୁ ଦାୟୀ କରାଗଲେ ବି କାହିଁକି ତାଙ୍କୁ ଛୁଇଁ ପାରୁ ନାହିଁ, ସେ ସମ୍ବନ୍ଧରେ ସୋସିଏଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ‘ସଚ୍ ସବସେ ତେଜ୍’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲର ଏହି ଭିଡିଓ ଅନୁଯାୟୀ କପିଲ ମିଶ୍ର ଦିଲ୍ଲୀ ବିଧାନସଭାରେ କହୁଛନ୍ତି ଯେ, ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏକ ମହିଳା ସହ ମୋଦିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଏକ ସିଡି ସରକାରଙ୍କ ପାଖରେ ଥିବାରୁ ପୋଲିସ୍ କମିଶନର ପ୍ରଦୀପ ଶର୍ମା ସେହି ମହିଳାଙ୍କ ସହ ନ ମିଶିବା ପାଇଁ ଧମକ ଦିଆଯାଉଥିଲା । ଏପରିକି ସଂପୃକ୍ତ କମିଶନରଙ୍କ କ୍ୟାରିଅରକୁ ବରବାଦ୍ କରିଦେବାକୁ ଉଦ୍ୟମ କରାଯାଇଥିବା କପିଲ ମିଶ୍ର ଦିଲ୍ଲୀ ବିଧାନସଭାରେ ପ୍ରକାଶ କରୁଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ହୋଇ ନିଜଠାରୁ ଅଧା ବୟସର ଝିଅ ସହିତ ମିଳାମିଶା କରିବାକୁ କିପରି ସେ ଆଗ୍ରହୀ ତାହା ମଧ୍ୟ ଶ୍ରୀ ମିଶ୍ର କହୁଛନ୍ତି । ଆଉ ଅମିତ ଶାହା ନିଜେ ପୋଲିସ୍ ଅଧିକାରୀଙ୍କ ସହ ଏ ନେଇ କଥା ହେଇଥିବା ରେକଡ଼ିଂ ଶ୍ରୀ ମିଶ୍ରଙ୍କ ପାଖରେ ଥିବା ସେ ବିଧାନସଭାରେ ଦାବି କରିଥିବା ଭିଡିଓରେ ଦେଖିବାକୁ ମିଳୁଛି । ଯଦି ଘଟଣାରେ ସତ୍ୟତା ଥାଏ, ତେବେ ତାହା ସାଂଘାତିକ । ତେଣୁ ପ୍ରଧାନମନ୍ତ୍ରୀ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେଇଦେବା କଥା ବୋଲି ଲୋକେ କହନ୍ତି । କିନ୍ତୁ ଯଦି ଏହି ଭିଡିଓରେ କୌଣସି ସତ୍ୟତା ନାହିଁ, ତେବେ ଏକ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ଦେଶରେ ପ୍ରଧାନମନ୍ତ୍ରୀ ଭଳି ପଦବୀରେ ଥିବା ବ୍ୟକ୍ତିଙ୍କ ଛବିକୁ ମଳିନ କରିବାକୁ ଉଦ୍ୟମ କରିଥିବା ତତ୍କାଳୀନ ଦିଲ୍ଲୀ ବିଧାୟକ କପିଲ ମିଶ୍ର ଓ ସଂପୃକ୍ତ ୟୁଟ୍ୟୁବ୍ ଚ୍ୟାନେଲ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏକାନ୍ତ ଆବଶ୍ୟକ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସେକ୍ସ ସିଡି ସମ୍ବନ୍ଧୀୟ ଏକ ଭିଡିଓ ଭାଇରାଲ !
