(୨୯/୦୭) ପ୍ରେମିକା କୁ ଧକ୍କା ଦେଲା ବେଇମାନ ପ୍ରେମିକ। ପ୍ରଥମେ ପ୍ରେମ ନିବେଦନ ପରେ ଶାରୀରିକ ସମ୍ପର୍କ ଆଉ ତାପରେ ୮ମାସ ଗର୍ଭବତୀ କରି ପରେ ଧୋକା ଦେଲା ଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ କୁସୁମୀ ଗାଁରେ। ବିଶ୍ୱାସରେ ବିଷ ପିଇବା ପରେ ଥାନାର ଦ୍ୱାରସ୍ଥ ହେଇଛନ୍ତି ନାବାଳିକା ଜଣକ। ଦୀର୍ଘ ୧ବର୍ଷ ହେବ ଏହି ୧୭ବର୍ଷୀୟ ନାବାଳିକା ଗରିବ ଝିଅ କୁ ବିବାହର ପ୍ରତିଶୃତି ଓ ମିଥ୍ୟା ପ୍ରଲୋଭନ ଦେଖାଇ ତାର ଅନିଚ୍ଛା ସତ୍ତ୍ୱେ ଶାରୀରିକ ସମ୍ପର୍କ ରଖି ଆସୁଥିଲା ସେହି ଗ୍ରାମର କମୁଳୁ ମାଝୀଙ୍କ ପୁଅ କାର୍ତ୍ତିକ ମାଝୀ। ଘଟଣା ସମ୍ପର୍କରେ ନାବାଳିକାର ପରିବାର ଲୋକେ ଜାଣିବା ପରେ ଗ୍ରାମର କିଛି ଭଦ୍ର ବ୍ୟକ୍ତିଙ୍କୁ ତାହା ଜଣାଇଥିଲେ । ପରେ ଗାଁରେ ଭଦ୍ର ମଣ୍ଡଳୀର ଏକ ବୈଠକ ଡାକି ଅଭିଯୁକ୍ତ ଓ ତାଙ୍କ ଘର ଲୋକଙ୍କୁ ଯୁବତୀ ଙ୍କୁ ବୋହୁ ଭାବରେ ଗ୍ରହଣ କରିବାକୁ ଗାଁ ଲୋକେ କହିଥିଲେ। ଏଥିରେ ପୁଅ ଘର ରାଜି ହୋଇ ଝିଅକୁ ଘରକୁ ମଧ୍ୟ ନେଇଥିଲେ। ହେଲେ କିଛି ଦିନ ଗଲା ପରେ ଝିଅକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଓ ଏବେ ଝିଅକୁ ପୁଅ ଗ୍ରହଣ କରୁନଥିବା ପିଡ଼ିତାର ବାପା ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ନାବାଳିକା ଜଣକ ୮ ମାସର ଗର୍ଭବତୀ ଥିବା ଜଣା ପଡ଼ିଛି। ଏନେଇ ଥାନାଧିକାରୀ ପ୍ରମୋଦ କୁମାର ନାୟକ ଏକ ମାମଲା ରୁଜ୍ଜୁ କରି ଯୁବତୀର ଡାକ୍ତରୀ ମାଇନା କରାଇବା ସଙ୍ଗେ ସଙ୍ଗେ ଅଭିଯୁକ୍ତ କାର୍ତ୍ତିକ ମାଝୀ କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି।ତେବେ ଏହି ଅସହାୟ ଗର୍ଭବତୀ ନାବାଳିକା ଏବେ କରିବେ କଣ? ଏବେ ଘଟଣା କୁ ଚପାଇ ଦିଆଯିବ ନା ନାବାଳିକାଟିକୁ ପ୍ରକୃତ ନ୍ୟାୟ ମିଳିବ ତାହା ଦେଖିବାକୁ ବାକି ରହିଲା।(ରିପୋର୍ଟ-ବାବୁଲି ଗଣ୍ଡ)
ଆଠ ମାସର ଗର୍ଭବତୀ ନାବାଳିକା ପ୍ରତାରଣାର ଶୀକାର ହୋଇ ଥାନାର ଦ୍ୱାରସ୍ଥ ।
