ଓଡ଼ିଶାର ୯ ଟି ନୂଆ ଜିଲ୍ଲା କରୋନା ହଟସ୍ପଟ୍ ଭାବେ ଚିହ୍ନିତ !


(୨୬/୮) ଖୋର୍ଦ୍ଧା ଓ ଗଞ୍ଜାମ ବ୍ୟତୀତ ଆହୁରି ୯ ନୂଆ ଜିଲ୍ଲାରୁ ପ୍ରାୟ ପ୍ରତିଦିନ ୧୦୦ ଟି ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଯାହାକି ହଟସ୍ପଟ୍ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି । କଟକ, ରାୟଗଡ଼ା, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର, ପୁରୀ, ନୟାଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲାଗୁଡ଼ିକରେ କରୋନା ଆକ୍ରାନ୍ତ ତୀବ୍ର ଗତିରେ ଚିହ୍ନଟ ହେଉଥିବା ଜାଣିବାକୁ ମିଳିଛି । ନୂଆପଡ଼ା ଓ ଦେବଗଡ଼କୁ ଛାଡ଼ିଦେଲେ ବାକି ୨୮ଟି ଯାକ ଜିଲ୍ଲାକୁ ରେଡ୍ ଜୋନ୍ ଭିତରେ ରଖାଯାଇଛି । ଗତ ଦୁଇ ସପ୍ତାହରେ ରାଜ୍ୟରେ ୩୫,୪୩୫ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଅତିରିକ୍ତ ମୁଖ୍ୟ ସଚିବ ପି କେ ମହାପାତ୍ରଙ୍କ କହିବାନୁଯାୟୀ ରାଜ୍ୟରେ ଅଧିକ କରୋନା ପରୀକ୍ଷା ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ଚାରି ଦିନ ଭିତରେ ୨.୫ ଲକ୍ଷ ଲୋକଙ୍କର କରୋନା ପରୀକ୍ଷା କରାଯାଇଥିବା ସେ କହିଛନ୍ତି । ସଦ୍ୟ ମିଳିଥିବା ତଥ୍ୟ ଅନୁସାରେ ଆଜି ଗୋଟିଏ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହରୁ ଅଧିକ ହୋଇଥିବାବେଳେ ୧୦ ଟି ଜିଲ୍ଲାରେ ୧୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଓଡ଼ିଶାର ୯ ଟି ନୂଆ ଜିଲ୍ଲା କରୋନା ହଟସ୍ପଟ୍ ଭାବେ ଚିହ୍ନିତ !