ରାଜ୍ୟରେ ଆଜି ଦିନକରେ ୯୧ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆକ୍ରାନ୍ତ ମାନଙ୍କ ଭିତରେ କେନ୍ଦ୍ରାପଡ଼ାର ଜଣେ, ଗଞ୍ଜାମର ୧୫ ଜଣ, ଖୋର୍ଦ୍ଧାର ୩ ଜଣ, କଟକର ୧୨ ଜଣ, କେଉଁଝରର ୪ ଜଣ, ସୁନ୍ଦରଗଡ଼ ଓ ସମ୍ବଲପୁରର ଜଣେ ଲେଖାଏଁ, ବଲାଙ୍ଗୀରର ୨ ଜଣ, ପୁରୀର ୭ ଜଣ, ବାଲେଶ୍ୱରର ୧୭ ଜଣ ଓ ଭଦ୍ରକର ୨୮ ଜଣ ଅଛନ୍ତି । ଏଥର ସମ୍ବଲପୁର ଜିଲ୍ଲା ମଧ୍ୟ କରୋନା ଆକ୍ରାନ୍ତଙ୍କ ତାଲିକାରେ ନୂଆ ହୋଇ ଯୋଡ଼ି ହୋଇଯାଇଛି । ରାଜ୍ୟରେ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୮୨୮ ହେଲେ ବି ୬୨୭ ଜଣ ଚିକିତ୍ସାଧିନ ଥିବାବେଳେ ୧୯୭ ଜଣ ଭଲ ହୋଇ ସାରିଲେଣି ଓ କେବଳ ୪ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୧ ହଜାର ୩୧୪ ହୋଇଥିବାବେଳେ ୨୮୯୭ ଜଣ ମୃତ୍ୟୁ ବରଣ କଲେଣି ଓ ୩୪ ହଜାର ୫୮୧ ଜଣ ଭଲ ହୋଇଥିବା ଖବର ମିଳିଛି । ସେହିପରି ସାରା ବିଶ୍ୱରେ ଏଯାଏଁ ୩ ଲକ୍ଷ ୧୩ ହଜାର ୬୩୩ ଜଣ ମୃତ୍ୟୁ ବରଣ କରିଥିବାବେଳେ ୧୮ ଲକ୍ଷ ୨୨ ହଜାର ୮୧୧ ଜଣ ଭଲ ହୋଇଥିବା ଖବର ମିଳିଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ କୁ ବୃଦ୍ଧି, ସମ୍ବଲପୁର ବି ଏଥର ସାମିଲ୍!
