ଆଜି ଆହୁରି ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନବରଙ୍ଗପୁର ବି ଏଥର ତାଲିକାରେ!

ନବରଙ୍ଗପୁରର ଜଣେ ଚିହ୍ନଟ। ମହାରାଷ୍ଟ୍ରରେ ୧୩୮୮ ଜଣ ପୋଲିସ କର୍ମଚାରୀ ଆକ୍ରାନ୍ତ!

ଆଜି ରାଜ୍ୟରେ ଆହୁରି ୮୦ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆକ୍ରାନ୍ତଙ୍କ ଭିତରେ ଗଜପତିର ୪ ଜଣ, ପୁରୀର ୧୭ ଜଣ, କନ୍ଧମାଳର ୨ ଜଣ, ଝାରସୁଗୁଡ଼ାର ୩ ଜଣ, ମାଲକାନଗିରିର ୫ ଜଣ, ନବରଙ୍ଗପୁର ଓ ବଲାଙ୍ଗୀରର ଜଣେ ଲେଖାଏଁ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନବରଙ୍ଗପୁର ଜିଲ୍ଲା କରୋନା ତାଲିକାରେ ପ୍ରଥମ ଥର ସାମିଲ ହୋଇଥିବା ଜଣାପଡ଼ିଛି । ତେବେ ଦେଶରେ ୧ ଲକ୍ଷ ୨୫ ହଜାର ୧୪୯ ଜଣ କରୋନା ଚିହ୍ନଟ ହୋଇଥିବାବେଳେ ୩୭୨୮ ଜଣ ପ୍ରାଣ ହରାଇଲେଣି । ହେଲେ ଆହୁରି ଗୋଟିଏ ସୂଚନା ମିଳିଛି ଯେ, ମହାରାଷ୍ଟ୍ରରେ ୧୪୨ ଜଣ ପୋଲିସ ଅଫିସରଙ୍କ ସମେତ ୧୩୮୮ ଜଣ ପୋଲିସ୍ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେତିକି ଭିତରୁ କେବଳ ୭୦୦ ଜଣ ମୁମ୍ବାଇର ବୋଲି ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ଆହୁରି ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନବରଙ୍ଗପୁର ବି ଏଥର ତାଲିକାରେ!